ବ୍ରହ୍ମପୁର: ଆରମ୍ଭ ହେଲା କୋଭିଡ ସଚେତନତା ସପ୍ତାହ । ଗଞ୍ଜାମ ଜିଲ୍ଲାରେ ସପ୍ତାହ ଧରି ପାଳନ କରାଯିବ କୋଭିଡ ସଚେତନତା ସପ୍ତାହ। ଏହାର ପ୍ରଥମ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟାଳୟରରେ କର୍ମଚାରୀମାନେ ଶପଥ ନେଇଥିଲେ । ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଲୋକଙ୍କୁ କିଭଳି ଭାବେ ଅଧିକ ସଚେତନ କରାଯିବ ସେ ନେଇ ଏହି କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ।
ଗଞ୍ଜାମରେ ଆରମ୍ଭ ହେଲା କୋଭିଡ୍ ସଚେତନତା ସପ୍ତାହ - ଗଞ୍ଜାମ ଖବର
ଗଞ୍ଜାମରେ ଆରମ୍ଭ ହେଲା କୋଭିଡ୍ ସଚେତନତା ସପ୍ତାହ । ପ୍ରଥମ ଦିନରେ ସରକାରୀ କାର୍ଯ୍ୟାଳୟରେ ନିଆଗଲା ଶପଥ । ଅଧିକ ପଢନ୍ତୁ...
ଗଞ୍ଜାମରେ ଆରମ୍ଭ ହେଲା କୋଭିଡ୍ ସଚେତନତା ସପ୍ତାହ
ବ୍ରହ୍ମପୁର ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାଧାରଣ ଜନତାଙ୍କ ଥର୍ମାଲ ସ୍କ୍ରିନିଂ, ଅକ୍ସିଜେନ ଯାଞ୍ଚ , ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ ଏବଂ ଅନଲାଇନରେ ସ୍କୁଲ ବିଦ୍ୟାର୍ଥୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି କୋଭିଡ ସପ୍ତାହ ଚାଲିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ