ଓଡିଶା

odisha

By

Published : Dec 10, 2021, 7:11 AM IST

Updated : Dec 10, 2021, 12:43 PM IST

ETV Bharat / city

ଏକାଠି ରହିବେ ସୁମିତ-ତପସ୍ବିନୀ: SDJM କୋର୍ଟଙ୍କ ନିର୍ଦ୍ଦେଶ

ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କୁ ପୁଣି ଏକାଠି ରହିବାକୁ SDJM କୋର୍ଟଙ୍କ ନିର୍ଦ୍ଦେଶ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏକାଠି ରହିବେ । ଅଧିକ ପଢନ୍ତୁ

ଏକାଠି ରହିବେ ସୁମିତ-ତପସ୍ବିନୀ: SDJM କୋର୍ଟଙ୍କ ନିର୍ଦ୍ଦେଶ
ଏକାଠି ରହିବେ ସୁମିତ-ତପସ୍ବିନୀ: SDJM କୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ଡାକ୍ତର ସୁମିତ ଏବଂ ତପସ୍ବିନୀ ଓରଫ ଡିମ୍ପଲଙ୍କୁ ପୁଣି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥର ଭଡାଘରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ପୂର୍ବରୁ ରଖିଥିବା କଟକଣା ହଟାଇ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉଭୟ ଏକାଠି ରହିବେ ।

ତପସ୍ବିନୀଙ୍କୁ ପତ୍ନୀର ମାନ୍ୟତା ସହ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ପୂର୍ବରୁ ଦିଆଯାଇଥିବା ପୋଲିସ ସୁରକ୍ଷା ଏବଂ° ପରିବାର ବର୍ଗ କିମ୍ବା ଅନ୍ୟ କାହା ସହିତ ସାକ୍ଷାତ କରିବା ନେଇ ରହିଥିବା ସମସ୍ତ ପ୍ରତିବନ୍ଧକକୁ କୋର୍ଟ ଉଠାଇ ଦେଇଥିବା କହିଛନ୍ତି ତପସ୍ବୀନିଙ୍କ ଆଇନଜୀବୀ । ସେପଟେ କୋର୍ଟକୁ ନିଜର ପକ୍ଷ ରଖିବା ପାଇଁ ଗୋଟିଏ ସପ୍ତାହ ମାଗିଛନ୍ତି ଡାକ୍ତର ସୁମିତଙ୍କ ପରିବାର ।

ଏକାଠି ରହିବେ ସୁମିତ-ତପସ୍ବିନୀ: SDJM କୋର୍ଟଙ୍କ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ:- ବ୍ରହ୍ମପୁର ତପସ୍ବିନୀ-ସୁମିତ ମାମଲା: କୋର୍ଟରେ ରିପୋର୍ଟ ଦାଖଲ କଲେ ଆସିକା ଥାନା ଅଧିକାରୀ ଓ ଏସଡିପିଓ

ସୂଚନା ଅନୁଯାୟୀ ବାହାଘର ବେଦିକୁ ସ୍ବାମୀ କିମ୍ବା ଶାଶୁ ଘର ଲୋକେ କେହି ଆସିନଥିବା ଅଭିଯୋଗ କରି ବ୍ରହ୍ମପୁରର ତପସ୍ବିନୀ ଶାଶୁ ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ 11 ଦିନ ଧରି ଧାରଣାରେ ବସିବା ପରେ ବ୍ରହ୍ମପୁର SDJM କୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ଗୋଟିଏ ସପ୍ତାହ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଉଭୟ ପରିବାର କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ରହିବେ ନାହିଁ ବୋଲି କୋର୍ଟ କହିଥିଲେ । ସମ୍ପୂର୍ଣ୍ଣ ପୋଲିସ ହେପାଜତରେ ଉଭୟଙ୍କୁ ରଖା ଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 10, 2021, 12:43 PM IST

ABOUT THE AUTHOR

...view details