ଓଡିଶା

odisha

ETV Bharat / city

ପାରିବାରିକ କଳହର କରୁଣ ଚିତ୍ର, ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା - ଆତ୍ମହତ୍ୟା କଲେ ଦମ୍ପତି

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି । ଘରେ ସ୍ବାମୀଙ୍କର ମୃତ୍ୟୁ ହୋଇ ଥିବାବେଳେ ଡାକ୍ତରଖାନାରେ ସ୍ତ୍ରୀର ମୃତ୍ୟୁ । ଅଧିକ ପଢନ୍ତୁ...

ପାରିବାରିକ କଳହର କରୁଣ ଚିତ୍ର, ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା
ପାରିବାରିକ କଳହର କରୁଣ ଚିତ୍ର, ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା

By

Published : Sep 12, 2021, 7:15 AM IST

ବ୍ରହ୍ମପୁର: ପାରିବାରିକ କଳହରୁ ଆଉ ଏକ କରୁଣ ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ । ମତାନ୍ତର ହେବା ପରେ ଦମ୍ପତି ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଭଞ୍ଜ ସାହିରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ପାରିବାରିକ କଳହର କରୁଣ ଚିତ୍ର, ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଛନ୍ତି । ସୂଚନାନୁଯାୟୀ ପାଟପୁର ଥାନା ପୋଡାମାରୀରେ ରହୁଥିବା ସନ୍ତୋଷ କୁମାର ଗୌଡ ଓ ତାଙ୍କ ସ୍ତ୍ରୀ ନୟନୀ କୁମାରୀ ଗୈାଡଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ସେମାନେ ବ୍ୟସ୍ତ ବିବ୍ରତ ହୋଇ ଘରେ ରହିଥିବା ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଉଛି । ଶନିବାର ସନ୍ତୋଷଙ୍କ କବାଟ ନ ଖୋଲା ହେବା ଦେଖି ପଡୋଶୀ କବାଟ ବାଡେଇଥିଲେ । କିନ୍ତୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାପରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀଙ୍କୁ ଖବର ଦେଇଥିଲେ ।

ପରେ ଗ୍ରାମର କିଛି ଯୁବକ କବାଟ ଭାଙ୍ଗି ଦେଖିବା ବେଳକୁ ସନ୍ତୋଷଙ୍କ ମୃତ୍ୟୁ ହୋଇ ଥିବାବେଳେ ସ୍ତ୍ରୀ ନୟନୀ ବିଛଣାରେ ଛଟପଟ ହେଉଥିଲେ । ଗ୍ରାମବାସୀ ଗୁରୁତର ଅବସ୍ଥାରେ ନୟନୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାପରେ ପାଟପୁର ପୋଲିସ ପୋଡାମାରୀ ଗ୍ରାମରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଘଟଣା ପରେ ଗ୍ରାମରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details