ଓଡିଶା

odisha

ETV Bharat / city

କୋରୋନା ମୁକାବିଲା: ଏକ ଲକ୍ଷ ଟଙ୍କା ଦାନ କଲେ ଗୋଟିଏ ପରିବାର - cm relief fund

କୋରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗ୍ରହଣ କରିଛନ୍ତି ଅନେକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅର୍ଥ ଦାନ କରି ସରକାରଙ୍କୁ ଏକ୍ଷେତ୍ରରେ କାମ କରିବାକୁ ସାହାଯ୍ୟ କରୁଛନ୍ତି ଲୋକେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମର ଏକ ପରିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି ଏକ ଲକ୍ଷ ଟଙ୍କା ।

cm relief fund
କୋରୋନା ମୁକାବିଲା: ଏକ ଲକ୍ଷ ଟଙ୍କା ଦାନ କଲେ ଗୋଟିଏ ପରିବାର

By

Published : Mar 30, 2020, 5:17 PM IST

ବ୍ରହ୍ମପୁର: କୋରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗ୍ରହଣ କରିଛନ୍ତି ଅନେକ ପଦକ୍ଷେପ । ଏଭଳି ସମୟରେ ସରକାରଙ୍କୁ ସହାୟତା କରିବା ପାଇଁ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଆଗେଇ ଆସୁଥିବା ଦେଖାଯାଇଛି ।

କୋରୋନା ମୁକାବିଲା: ଏକ ଲକ୍ଷ ଟଙ୍କା ଦାନ କଲେ ଗୋଟିଏ ପରିବାର

ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅର୍ଥ ଦାନ କରି ସରକାରଙ୍କୁ ଏକ୍ଷେତ୍ରରେ କାମ କରିବାକୁ ସାହାଯ୍ୟ କରୁଛନ୍ତି ଲୋକେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଅଞ୍ଚଳର ବାସିନ୍ଦା ଡମ୍ବରୁଧର ସାହୁ ଏବଂ ତାଙ୍କ ପରିବାର ମିଳିତ ଭାବରେ ରାଜ୍ୟ ସରକାରଙ୍କୁ ବଢାଇଛନ୍ତି ନିଜର ଯଥାପୂର୍ବକ ସହାୟତା ।

ନିଜ ଧର୍ମପତ୍ନୀ ଏବଂ କନ୍ୟାଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଲକ୍ଷ ଏଗାର ହଜାର ଏକ ଶହ ଏଗାର ଟଙ୍କାର ଏକ ଡ୍ରାଫ୍ଟ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଏହି ଅବସରରେ କୋରୋନା ରୂପକ ମହାମାରୀ ରୋକିବା ପାଇଁ ଜିଲ୍ଲାପ୍ରଶାସନ ଏବଂ ସରକାରଙ୍କୁ ସହାୟତା କରିବା ସହ ନିଜ ଘରେ ରହି ସତର୍କ ରହିବାକୁ ସେ ଆହ୍ବାନ କରିଛନ୍ତି । କୋରୋନା ଭଳି ମହାମାରୀ ସମୟରେ ପରିବାରର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details