ଓଡିଶା

odisha

ETV Bharat / city

ବୁଡ଼ୁଛି କୌଳିକ ବୃତ୍ତି, ଚିନ୍ତାରେ କଂସାରୀ ସମାଜ - income source

ବିଗତ 60 ବର୍ଷ ଧରି କଂସା ଓ ପିତଳର ବିଭିନ୍ନ ସାମଗ୍ରୀ କରି ବ୍ରହ୍ମପୁର ସହରର ପ୍ରାୟ 170ଟି ପରିବାର ପେଟ ପୋଷୁଛନ୍ତି । ମାତ୍ର କିଛି ଦିନ ତଳେ ସହରର ଶାଳିଆବନ୍ଧ ସାହି ଏବଂ ଆଖପାଖରେ କାର୍ଯ୍ୟ କରୁଥିବା ୬ଟି ପରିବାର ଏବେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ବ୍ରହ୍ମପୁର

By

Published : Jun 21, 2019, 9:41 AM IST

Updated : Jun 21, 2019, 9:52 AM IST

ବ୍ରହ୍ମପୁର: ନିଜ କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ପ୍ରଶାସନ ନିକଟରେ କଂସା କାରିଗରଙ୍କ ଗୁହାରି । ବର୍ଷବର୍ଷ ଧରି ବ୍ରହ୍ମପୁର ସହରରେ କୌଳିକ ବୃତ୍ତି କରି ନିଜ ଜୀବିକା ନିର୍ବାହ କରି ଆସୁଥିବା କଂସାରୀ ପରିବାରର ସଦସ୍ୟମାନେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଏହାସହ ନିଜ ପାରମ୍ପରିକ ବୃତ୍ତିକୁ ବନ୍ଦ ନକରି ବରଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି କଂସାରୀ ସମାଜ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ବ୍ରହ୍ମପୁର

ବିଗତ 60 ବର୍ଷ ଧରି କଂସା ଓ ପିତଳର ବିଭିନ୍ନ ସାମଗ୍ରୀ କରି ବ୍ରହ୍ମପୁର ସହରର ପ୍ରାୟ 170ଟି ପରିବାର ପେଟ ପାଟଣା ସମ୍ଭାଳୁଛନ୍ତି । ମାତ୍ର କିଛି ଦିନ ତଳେ ସହରର ଶାଳିଆବନ୍ଧ ସାହି ଏବଂ ଆଖପାଖରେ କାର୍ଯ୍ୟ କରୁଥିବା ୬ଟି ପରିବାର ଏବେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।

କାରଣ ଏମାନେ ନିଜ ଘରେ କଂସା ଓ ପିତଳ ଜିନିଷ ତିଆରି କରୁଥିବା ସମୟରେ ବାହାରୁଥିବା ଶବ୍ଦକୁ ନେଇ କେତେକ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ମାତ୍ର ନିଜ ବୃତ୍ତି ବନ୍ଦ ହୋଇଗଲେ ଜୀବିକା ପ୍ରଭାବିତ ହେବା ସହ ଭୋକ ଉପାସରେ ଦିନ କଟିବ ବୋଲି କଂସାରୀ ପରିବାର କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 21, 2019, 9:52 AM IST

ABOUT THE AUTHOR

...view details