ବ୍ରହ୍ମପୁର: ନିୟମିତ ଭାବରେ ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ପଜେଟିଭଙ୍କ ସଂଖ୍ୟା । ଯେଉଁଥିପାଇଁ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲା ରେଡ୍ ଜୋନରେ ରହିଛି । ଜିଲ୍ଲାର ସମସ୍ତ ପଥ ସିଲ୍ କରାଯାଇଛି । ତେବେ ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ନୀତି, ପରିଚାଳନା ଓ ପରିଚାଳନା ବିଭ୍ରାନ୍ତି ପାଇଁ ଗଞ୍ଜାମରେ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ କରି ସରକାରଙ୍କୁ ସମାଲୋଚନା କରିଛି ଜିଲ୍ଲା କଂଗ୍ରେସ ।
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା ଜିଲ୍ଲାରେ କୋରୋନା ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି । ଏହାସହ ସରକାର ତୁରନ୍ତ ଖାଲିଥିବା ଡାକ୍ତର ପଦବୀ ପୂରଣ କରିବା, ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା ଏକ ହଜାର ଶର୍ଯ୍ୟା ବିଶିଷ୍ଟ ଏକ ହସପିଟାଲ ବ୍ୟବସ୍ଥା କରିବା, ଆୟକର ଦେଉନଥିବା ମଧ୍ୟବିତ୍ତ ପରିବାରକୁ ମାସିକ 7500 ଟଙ୍କା ପ୍ରଦାନ କରିବା, ଜିଲ୍ଲାରେ ସରକାର ଅଧିକ ତାଲାବନ୍ଦକୁ ବିଶ୍ବାସ ନକରି ଅତ୍ୟାଧିକ ପରୀକ୍ଷା ଓ ଚିକିତ୍ସାକୁ ଗୁରୁତ୍ବ ଦେବା ଭଳି ବିଭିନ୍ନ ଦାବି କରିଛନ୍ତି ।