ଓଡିଶା

odisha

ETV Bharat / city

ଯୁକ୍ତ ଦୁଇ ପରୀକ୍ଷା: ପ୍ରଥମ ଦିନରେ ଦକ୍ଷିଣାଞ୍ଚଳରେ 6 ଏମପି

ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ତେବେ ପ୍ରଥମ ଦିନରେ ହିଁ ଦକ୍ଷିଣାଞ୍ଚଳ ପରୀକ୍ଷା କେନ୍ଦ୍ର ଗୁଡିକରେ ମୋଟ 6 ଜଣ ଏମପି ହୋଇଛନ୍ତି । ଅଧିକ ପଢନ୍ତୁ ...

chse examination
ଯୁକ୍ତ ଦୁଇ ପରୀକ୍ଷା; ପ୍ରଥମ ଦିନରେ ଦକ୍ଷିଣାଞ୍ଚଳରେ 6 ଏମପି

By

Published : Mar 4, 2020, 9:21 AM IST

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ରାଜ୍ୟର ଦ୍ଵିତୀୟ ବୃହତ୍ତମ ଯୁକ୍ତ ଦୁଇ ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି l ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଏମଆଇଏଲ ଓଡିଆ ପରୀକ୍ଷା ଥିବାବେଳେ ଏଥିରେ ଦକ୍ଷିଣାଞ୍ଚଳ ପରୀକ୍ଷା କେନ୍ଦ୍ର ଗୁଡିକରେ ମୋଟ 6 ଜଣ ଏମପି ହୋଇଛନ୍ତି ।

ଦକ୍ଷିଣାଞ୍ଚଳ ଅଧୀନରେ ଥିବା ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ମୋଟ 198ଟି ପରୀକ୍ଷା କେନ୍ଦ୍ରରେ 6ଜଣ ଏମପି ହୋଇଥିବା ସୂଚନା ମିଳିଛି । କଡା ସୁରକ୍ଷା ମଧ୍ୟରେ ଏସବୁ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ପ୍ରଥମ ଦିନର ପରୀକ୍ଷା ସମୂର୍ଣ୍ଣ ସ୍ବଚ୍ଛ ଓ ଶାନ୍ତିପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ସୂଚନା ଦେଇଛନ୍ତି ।

ତେବେ ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ର କପି କରି ଧରାପଡିଥିବାବେଳେ ଡୁରାସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଧରାପଡିଛନ୍ତି । ସେହିପରି ଗଜପତି ଜିଲ୍ଲା ଚାନ୍ଦିପୁଟ ସ୍ଥିତ ଇନ୍ଦିରା ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନି ଜଣ ପରୀକ୍ଷାର୍ଥୀ ଜୋନାଲ ସ୍କ୍ବାର୍ଡ ହାତରେ ଧରାପଡିଥିବା ସୂଚନା ମିଳିଛି ।

ସୂଚନାଥାଉକି, ଆଜି ଯୁକ୍ତି ଦୁଇ କଳା ଓ ବାଣିଜ୍ୟର ଏମଆଇଏଲ ଓଡିଆ ପରୀକ୍ଷା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details