ଓଡିଶା

odisha

ETV Bharat / city

କୋଭିଡ କଟକଣାରେ ବ୍ରହ୍ମପୁରରେ ପାଳନ ହେବ ଖ୍ରୀଷ୍ଟମାସ

ରାତି ପାହିଲେ ଖ୍ରୀଷ୍ଟଧର୍ମାଲମ୍ବୀ ପାଳିବେ ବଡଦିନ । ଯାହାକୁ ନେଇ ସମସ୍ତ ଚର୍ଚ୍ଚ ସହ ନିଜ ଘରକୁ ବିଭିନ୍ନ ସାମଗ୍ରୀରେ ସଜେଇଛନ୍ତି ବ୍ରହ୍ମପୁର ବାସିନ୍ଦା। ହେଲେ କୋଭିଡ ପାଇଁ ନିଜ ନିଜ ଘରେ ରହି ଖ୍ରୀଷ୍ଟମାସ ପାଳିବେ ଲୋକେ। ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁରରେ ପାଳନ ହେବ ଖ୍ରୀଷ୍ଟମାସ
କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁରରେ ପାଳନ ହେବ ଖ୍ରୀଷ୍ଟମାସ

By

Published : Dec 24, 2020, 9:43 AM IST

ବ୍ରହ୍ମପୁର:ଖ୍ରୀଷ୍ଟଧର୍ମାଲମ୍ବୀ ମାନଙ୍କର ବଡ ପର୍ବ ଖ୍ରୀଷ୍ଟମାସ । ରାଜ୍ୟ ଠାରୁ ଆରମ୍ଭ କରି ଦେଶ ବିଦେଶର ରହିଥିବା ବିଭିନ୍ନ ଚର୍ଚ୍ଚରେ ଡିସେମ୍ବର 25 ବଡ ଦିନକୁ ବେଶ ଧୁମଧାମର ସହକାରେ ପାଳନ କରାଯାଇଥାଏ । ହେଲେ ଚଳିତବର୍ଷ କୋଭିଡ କଟକଣା ପାଇଁ ସାମୁହିକ ପ୍ରାର୍ଥନାକୁ ବାରଣ କରାଯାଇଥିବା ବେଳେ ରେଶମ ସହରରେ କଟକଣା ମଧ୍ୟରେ ଏହାକୁ ପାଳନ କରାଯିବାକୁ ସ୍ଥିର କରାଯାଇଛି ।

କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁରରେ ପାଳନ ହେବ ଖ୍ରୀଷ୍ଟମାସ

ଖ୍ରୀଷ୍ଟମାସ ପାଇଁ ସହରର ବିଭିନ୍ନ ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯାଇଥିବା ବେଳେ, ଚଳିତଥର ଚର୍ଚ୍ଚ ମଧ୍ୟରେ ସାମୁହିକ ପ୍ରାର୍ଥନାକୁ ବନ୍ଦ ରଖାଯାଇ କେବଳ ସୀମିତ ସଂଖ୍ୟାରେ ଉପସ୍ଥିତ ରହିବାକୁ ସ୍ଥିର କରାଯାଇଛି। ଏଣୁ ସମସ୍ତେ ବଡ ଦିନକୁ ନିଜ ଘର ମଧ୍ୟରେ ରହି ଭର୍ଚୁଆଲ ମାଧ୍ୟମରେ ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠରେ ଆଗମନ ସମୟକୁ ଅପେକ୍ଷା କରି ଅନଲାଇନ ମାଧ୍ୟମରେ ପୂଜା ସହିତ ସମସ୍ତ କାର୍ଯ୍ୟକ୍ରମକୁ ଦେଖିବାକୁ ସ୍ଥିର କରାଯାଇଛି।

ଅନ୍ୟପଟେ ଯୀଶୁଙ୍କ ଜନ୍ମ ଦିନକୁ ପାଳନ କରିବା ପାଇଁ ସମସ୍ତେ ବେଶ ଉତ୍ସାହିତ ରହିଥିବା ବେଳେ ଚର୍ଚ୍ଚକୁ ଆସିବାକୁ ବାରଣ କରାଯାଇଥିବାରୁ ଘରେ ରହି ଏହାକୁ ନିଜ ପରିବାର ମଧ୍ୟରେ ସୀମିତ ରହି ପାଳନ କରିବେ ବୋଲି କହିଛନ୍ତି ସହରର ବାସିନ୍ଦା। ସେପଟେ ବଜାରରେ ଥିବା ଖ୍ରୀଷ୍ଟମାସ ଟ୍ରୀ ଠାରୁ ଆରମ୍ଭ କରି ବଡ ଦିନ ପାଇଁ ବିକ୍ରି ହେଉଥିବା ବିଭିନ୍ନ ସାମଗ୍ରୀକୁ କ୍ରୟ କରି ନିଜ ଘର ଠାରୁ ଆରମ୍ଭ କରି ଚର୍ଚ୍ଚକୁ ସଜ୍ଜିତ କରି ରଖାଯାଇଥିବା ଦେଖାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details