ବ୍ରହ୍ମପୁର: ପୁଣି ଏମକେସିଜିରେ(MKCG) ଖସିଲା ସିଲିଂ । ପଞ୍ଚମ ମହଲା ପରେ ଶୁକ୍ରବାର ସକାଳେ ତୃତୀୟ ମହଲାରେ ପୁଣି ସିଲିଂ ଖସିଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତାରେ ରୋଗୀ ଏବଂ ସମ୍ପର୍କୀୟ । ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟି କୋଠାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । MKCG ମେଡିକାଲରେ ଏହି ନୂତନ କୋଠାର ପଞ୍ଚମ ମହଲରେ ଅଗ୍ନିକାଣ୍ଡ ଘଟଣା ପରେ ଏକପ୍ରକାର ଚର୍ଚ୍ଚାରେ ରହିଥିବାବେଳେ, ଏଠାରେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଦୁଇଟି ସ୍ଥାନରେ ସିଲିଂ ଖସିବା ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନିର୍ମାଣ କରିଥିବା ଠିକା ସଂସ୍ଥାର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଖସିଲା MKCG ମେଡିକାଲର ସିଲିଂ, ଧାରଣାରେ ବିଜେପି କର୍ମକର୍ତ୍ତା
ଗୁରୁବାର ଏଠାକାର ପଞ୍ଚମ ମହଲା କୋଠାରେ ସିଲିଂ ଖସିବା ପରେ ଏହାକୁ ନେଇ ଚାପା ଉତ୍ତୋଜନା ଦେଖିବାକୁ ମିଳିଥିବା ବେଳେ ଶୁକ୍ରବାର ସୁପର ସ୍ପୋସିଆଲିଟି କୋଠାର ତୃତୀୟ ମହଲାରେ ରହିଥିବା ଏଣ୍ଡୋକୋନୋଲୋଜି ବିଭାଗରେ ରୋଗୀମାନେ ରହିଥିବା ସ୍ଥାନରେ ହଠାତ୍ ସିଲିଂ ଖସି ତଳେ ପଡିଯାଇଥିଲା । ଯାହାକୁ ନେଇ ବାରମ୍ୱାର ଗୋଟିଏ ପରେ ଗୋଟିଏ ଘଟଣା ଘଟୁଥିବାରୁ ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କ ସମେତ ସେବା ଯୋଗାଇ ଆସୁଥିବା ମେଡିକାଲ କର୍ମଚାରୀ, ନର୍ସିଂ କର୍ମଚାରୀ ଓ ଚିକିତ୍ସକମାନେ ଏକପ୍ରକାର ଚିନ୍ତିତ ହୋଇପଡିଛନ୍ତି ।