ଓଡିଶା

odisha

ETV Bharat / city

ରାସ୍ତାରେ ବୁଲିବେନି ଗାଇ, ବୁଲିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଗାଈ ଗୋରୁଙ୍କ ଅବାଧ ବିଚରଣ ଉପରେ ଲାଗିଲା ରୋକ । ଏନେଇ କଠୋର ହୋଇଛି ବ୍ରହ୍ମପୁର ଜିଲ୍ଲା ପ୍ରଶାସନ। ଯଦି ଆଗାମୀ ଦିନରେ ଗାଈ ମାଲିକମାନେ ଏଥିପ୍ରତି ନଜର ନଦିଅନ୍ତି ସେମାନଙ୍କ ଗାଈକୁ ଅନ୍ୟକୁ ବିକ୍ରୀ କରିଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

By

Published : Jun 29, 2019, 6:17 AM IST

ବ୍ରହ୍ମପୁର: ରାସ୍ତା ଉପରେ ଓ ସହରରେ ଗାଇ ଓ ଗୋରୁଙ୍କ ଅବାଧ ବିଚରଣ ଉପରେ ଲାଗିଲା ରୋକ । ଏନେଇ ବ୍ରହ୍ମପୁର ମହାନଗର ନିଗମ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଦିନରେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯିବ। ଏହାସହ ଗାଇ ଓ ଗୋରୁ ରଖିଥିବା ବ୍ୟକ୍ତିବିଶେଷଙ୍କର ନିଜସ୍ୱ ସ୍ଥାନ ନଥିଲେ ତାଙ୍କ ଗାଈକୁ ଯତ୍ନ ସହକାରେ ରଖିବେ ନଚେତ ଅନ୍ୟତ୍ର କାହାରିକୁ ବିକ୍ରୀ କରିଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଏହି ନିୟମ ଖିଲାପ କଲେ ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାରେ ବୁଲୁଥିବା ଗାଇ ଓ ଗୋରୁଙ୍କୁ ଧରି ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଗ୍ରାମାଞ୍ଚଳରେ ରହିଥିବା ଭଲ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details