ଓଡିଶା

odisha

ବ୍ରହ୍ମପୁର ସହରରୁ ପୁଣି ଜବତ ହେଲା ବ୍ରାଉନସୁଗର , ମହିଳା ଗିରଫ

ବ୍ରହ୍ମପୁର ସହରରୁ ପୁଣି ଜବତ ହେଲା ବ୍ରାଉନସୁଗର । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରାଉନ୍ ସୁଗର ଜବତ କରାଯିବା ସହିତ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

By

Published : Sep 26, 2022, 11:07 PM IST

Published : Sep 26, 2022, 11:07 PM IST

ବ୍ରହ୍ମପୁର ସହରରୁ ପୁଣି ଜବତ ହେଲା ବ୍ରାଉନସୁଗର , ମହିଳା ଗିରଫ
ବ୍ରହ୍ମପୁର ସହରରୁ ପୁଣି ଜବତ ହେଲା ବ୍ରାଉନସୁଗର , ମହିଳା ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ସହରରୁ ପୁଣି ଜବତ ହେଲା ବ୍ରାଉନସୁଗର । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରାଉନ୍ ସୁଗର ଜବତ କରାଯିବା ସହିତ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ବ୍ରହ୍ମପୁର ସହରରୁ ପୁଣି ଜବତ ହେଲା ବ୍ରାଉନସୁଗର , ମହିଳା ଗିରଫ

ସୂଚନାନୁଯାୟୀ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନ୍ ସୁଗର ଜବତ ପାଇଁ ଅପରେସନ ସହରରେ ଅପରେସନ କରାଯାଇଥିଲା । ଅବକାରୀ ଗୁଇନ୍ଦା ବିଭାଗ ଅଧିକାରିଣୀ ଗୀତାଞ୍ଜଳି ସାହୁ ଏବଂ ତାଙ୍କ ଟିମ ସହରର ନଗର ହସପିଟାଲ ରାସ୍ତାରେ ପଇଁତରା ମାରୁଥିଲେ । ଏହା ପରେ ଅବକାରୀ ବିଭାଗ ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଅଟକାଇ ଥିଲା । ମହିଳାଙ୍କ ବ୍ୟାଗ ଯାଞ୍ଚ କରିବା ସମୟରେ ତାଙ୍କ ନିକଟରୁ ୧୨୭ ଗ୍ରାମ ବ୍ରାଉନସୁଗର ସହିତ ନଗଦ ୧୧ ହଜାର ଟଙ୍କା ଜବତ କରାଯାଇଛି । ଏହି ମାମଲାରେ 40 ବର୍ଷର ସୁକାନ୍ତି ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁଇନ୍ଦା ବିଭାଗ ।

ଗତ କିଛି ମାସ ମଧ୍ଯରେ ବ୍ରହ୍ମପୁର ସହର ସମେତ ଉପଖଣ୍ଡ ଅଞ୍ଚଳରେ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଗୋଟିଏ ପରେ ଗୋଟିଏ ବ୍ରାଉନ ସୁଗର କାରବାରକୁ ଧରିବାରେ ସକ୍ଷମ ହୋଇଥିବା ବେଳେ କେତେକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ବର୍ତ୍ତମାନ ପାର୍ବଣ ସମୟରେ ଅବାଧ ଓ ନକଲି ନିଶା କାରବାର ରୋକିବା ପାଇଁ ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଏହା ଉପରେ ନଜର ରଖାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details