ଓଡିଶା

odisha

ETV Bharat / city

ସେବାର ସାକ୍ଷାତ ଦେବୀ, ଗ୍ରାମବାସୀଙ୍କ ପାଇଁ ନିଜ କଥା ଭୁଲିଲେ ଆରତୀ

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତର ଆରତୀ ଦେବୀ । MBA ପରେ ଘରୋଇ ବ୍ୟାଙ୍କରେ କରୁଥିଲେ ଚାକିରୀ । ହେଲେ ଗ୍ରାମବାସୀଙ୍କ ଇଚ୍ଛା ଥିଲା ଅଲଗା । ଗ୍ରାମର ଶିକ୍ଷିତ ଝିଅ ନେଉ ପଞ୍ଚାୟତର ଦାୟିତ୍ବ । ସମସ୍ତଙ୍କ ଆଗ୍ରହକୁ ଦେଖି ଚାକିରୀ ଛାଡି ବନିଥିଲେ ସରପଞ୍ଚ। ଅଧିକ ପଢନ୍ତୁ...

By

Published : Dec 21, 2019, 6:38 PM IST

ସେବାର ସାକ୍ଷାତ ଦେବୀ, ଗ୍ରାମବାସୀଙ୍କ ପାଇଁ ନିଜ କଥା ଭୁଲିଲେ ଆରତୀ
ସେବାର ସାକ୍ଷାତ ଦେବୀ, ଗ୍ରାମବାସୀଙ୍କ ପାଇଁ ନିଜ କଥା ଭୁଲିଲେ ଆରତୀ

ବ୍ରହ୍ମପୁର: ଡାକିଥିଲା ଜନ୍ମମାଟି । ଟାଣିଆଣିଥିଲା ନିଜ ଲୋକଙ୍କ ଭଲ ପାଇବା । ଗ୍ରାମବାସୀଙ୍କ ଇଚ୍ଛା ଆଗରେ ଚାକିରୀ ଲାଗିଲା ତୁଚ୍ଛ। ଅନୁଭବ କରିଥିଲେ ସମାଜକୁ ଅଛି ତାଙ୍କର ଆବଶ୍ୟକତା। ଆଶା ଥିଲା ସମାଜ ଗଠନରେ ନେବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଶେଷରେ ଘରୋଇ ବ୍ୟାଙ୍କ ଚାକିରୀ ଛାଡି ଓହ୍ଲାଇଥିଲେ ନିର୍ବାଚନ ମୈଦାନକୁ । ଆଉ ବନିଥିଲେ ଦେଶର ଉଚ୍ଚଶିକ୍ଷିତା ସର୍ବକନିଷ୍ଠ ସରପଞ୍ଚ।

ସେ ହେଉଛନ୍ତି ଗଞ୍ଜାମ ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତର ଆରତୀ ଦେବୀ । MBA ପରେ ଘରୋଇ ବ୍ୟାଙ୍କରେ କରୁଥିଲେ ଚାକିରୀ । ହେଲେ ଗ୍ରାମବାସୀଙ୍କ ଇଚ୍ଛା ଥିଲା ଅଲଗା । ଗ୍ରାମର ଶିକ୍ଷିତ ଝିଅ ନେଉ ପଞ୍ଚାୟତର ଦାୟିତ୍ବ । ସମସ୍ତଙ୍କ ଆଗ୍ରହକୁ ଦେଖି ଚାକିରୀ ଛାଡି ବନିଥିଲେ ସରପଞ୍ଚ ।

ସେବାର ସାକ୍ଷାତ ଦେବୀ, ଗ୍ରାମବାସୀଙ୍କ ପାଇଁ ନିଜ କଥା ଭୁଲିଲେ ଆରତୀ

ଦାୟିତ୍ବ ନେବା ପରେ ଆଦର୍ଶ ପଞ୍ଚାୟତ ଲାଗି ଆରମ୍ଭ କରିଥିଲେ ପ୍ରୟାସ । ଗ୍ରାମର ମହିଳାଙ୍କୁ ସ୍ବାକ୍ଷରିତ କରିବାକୁ ସାବାଳକ ଶିକ୍ଷା ଅଭିଯାନର ଶୁଭାରମ୍ଭ। ଗାଁରୁ ହଟିଥିଲା ଟିପ ଚିହ୍ନ, ଆରମ୍ଭ ହୋଇଥିଲା ଦସ୍ତଖତ। ପଞ୍ଚାୟତର ସମସ୍ତ ମହିଳାଙ୍କୁ ସ୍ବାକ୍ଷର କରିବାର ନେଇଥିଲେ ପଣ। ଏହାସହ ପରିବେଶ ସୁରକ୍ଷା ଲାଗି ଲଗାଇଥିଲେ ୧ ଲକ୍ଷ ୫୦ ହଜାର ଚାରା ଗଛ । ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟର କରିଥିଲେ ବ୍ୟବସ୍ଥା। ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବା ସହ କୃଷକର ଉନ୍ନତି ଲାଗି ନେଇଥିଲେ ପଦକ୍ଷେପ । 5 ବର୍ଷ ଭିତରେ ବଦଳାଇ ଦେଲେ ଗାଁର ଚିତ୍ର ।

ସମାଜସେବାକୁ ବ୍ରତ ଭାବେ ବାଛିନେଇଛନ୍ତି ଆରତୀ । ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଦେଶ ଓ ବିଦେଶରୁ ପାଇଛନ୍ତି ଅନେକ ସମ୍ମାନ । ବିଦେଶରେ ଭାରତକୁ ପ୍ରତିନିଧିତ୍ବ କରିବାରେ ସେ ହେଉଛନ୍ତି ଏକମାତ୍ର ଓଡିଆ ସରପଞ୍ଚ। ଆରତୀଙ୍କ ନିଷ୍ଠା ଓ ଲୋକଙ୍କସେବା ମନୋଭାବ ଆମ ଯୁବପିଢିଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details