ଓଡିଶା

odisha

ETV Bharat / city

ବ୍ରହ୍ମପୁର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ମାଆଙ୍କର ଏହି ଯାତ୍ରା ୨୯ରେ ଶେଷ ହେବାକୁ ଥିବାବେଳେ ବୁଧବାର ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରରୁ ବିଭିନ୍ନ ଭକ୍ତମାନଙ୍କ ସୁଅ ଛୁଟୁଛି ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ।

By

Published : Apr 24, 2019, 10:37 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ତେବେ ଚଳିତ ବର୍ଷର ଏହି ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ମାଆଙ୍କର ଏହି ଯାତ୍ରା ୨୯ରେ ଶେଷ ହେବାକୁ ଥିବାବେଳେ ବୁଧବାର ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରରୁ ବିଭିନ୍ନ ଭକ୍ତମାନଙ୍କ ସୁଅ ଛୁଟୁଛି ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବ୍ରହ୍ମପୁର

ବୁଧବାର ସକାଳେ ପାରମ୍ପରିକ ରୀତିନୀତିରେ ମାଆଙ୍କର ପୁଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହାପରେ ସନ୍ଧ୍ୟା ଆଳତୀ ସରିବା ପରେ ମାଆଙ୍କ ଘଟ ପରିକ୍ରମା ପାଇଁ ବାହାରିଥିଲା । ତେବେ ମାଆଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ରାଜବାଟି ଦେଇ ସାଆନ୍ତାଣୀ ସାହି ପରିକ୍ରମା କରିବା ପରେ ସହରର ମାର୍ଥାପେଟା ସାହିରେ ନାରାୟଣ ରଥକୁ ଉନ୍ମୋଚନ କରିଥିଲା । ଏହାପରେ ବିଭିନ୍ନ ସାହି ପରିକ୍ରମା କରି ଗୈଡ ସାହିରେ ଶ୍ରୀକୃଷ୍ଣ ରଥ ଓ ବାଲାଜିପେଣ୍ଠ ସାହିରେ ମହାଦେବ ରଥକୁ ଉନ୍ମୋଚିତ କରିଥିଲା ।

ବ୍ରହ୍ମପୁରରୁ ସମୀର ଆର୍ଚାଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details