ବ୍ରହ୍ମପୁର : ଭାଇ ଭଉଣୀର ସମ୍ପର୍କ ଦୁନିଆର ସବୁଠୁ ପବିତ୍ର । ଆଉ ଏ ସମ୍ପର୍କକୁ ଅଧିକ ମଜବୁତ କରିଥାଏ ଗୋଟିଏ ସୁତାଖିଅ । ତାହା ହେଉଛି ରାକ୍ଷୀ । ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ । ଭାଇର ଶୁଭ ମନାସି ଭଉଣୀ ବାନ୍ଧିବ ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମାକୁ ଆଉ ଦିନ କେଇଟା ଥିବାରୁ ରେଶମ ସହରରେ ମେଲିଲାଣି ଭଳିକି ଭଳି ରାକ୍ଷୀର ପସରା । ଦୋକାନରେ ଝୁଲୁଛି ନାଲି , ହଳଦିଆ, ଫ୍ୟାନ୍ସି ରାକ୍ଷୀ ସାଙ୍ଗକୁ ଆଉ କେତେ ପ୍ରକାରର ରାକ୍ଷୀ । ଗ୍ରାହକଙ୍କ ଚାହିଦାକୁ ଦେଖି ମନଲାଖି ରାକ୍ଷୀ ରଖିଛନ୍ତି ଦୋକାନୀ ।
ଆସୁଛି ରାକ୍ଷୀ ପୂର୍ଣ୍ଣିମା: ଫିକ୍ସ ଡାଇମଣ୍ଡ-ଡୋରେମନ ରାକ୍ଷୀର ବଢୁଛି ଚାହିଦା
ଦିନ କେଇଟା ପରେ ରକ୍ଷା ବନ୍ଧନ । ରେଶମ ସହରରେ ଜମିଲାଣି ରାକ୍ଷୀ ବ୍ୟବସାୟ । ଆମେରିକାନ ଫିକ୍ସ ଡାଇମଣ୍ଡ, ପାସପୋର୍ଟ, ଫ୍ୟାମିଲି ପ୍ୟାକ ଓ ଆଲଫାବେଟିକାଲ ରାକ୍ଷୀ ଗ୍ରାହକଙ୍କ ମନ କିଣୁଛି । ଅଧିକ ପଢନ୍ତୁ...
ରାକ୍ଷୀ କିଣିବା ପାଇଁ ଅସ୍ଥାୟୀ ଦୋକାନ ଗୁଡିକରେ ମଧ୍ୟ ଏବେଠୁ ଜମିଲାଣି ଗ୍ରାହକଙ୍କ ଭିଡ । ଆମେରିକାନ ଫିକ୍ସ ଡାଇମଣ୍ଡ, ପାସପୋର୍ଟ, ଫ୍ୟାମିଲି ପ୍ୟାକ ଓ ଆଲଫାବେଟିକାଲ ରାକ୍ଷୀ ଚଳିତଥର ଦେଖିବାକୁ ମିଳୁଛି । ଯାହା ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି । ଏହାସହ ଛୋଟ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଡୋରେମନ, ଛୋଟାଭିମ୍, ବାଲ ହନୁମାନ, ବାଲ ଗଣେଶ, ବାଲ କ୍ରିଷ୍ଣା, ସ୍ପାଇଡର ମ୍ୟାନ ଓ ବାର୍ବି ଡଲ ଭଳି ରାକ୍ଷୀ ମଧ୍ୟ ମିଳୁଛି ।
ଗତଥର କୋରୋନା ମାଡରେ ମାନ୍ଦା ପଡିଥିଲା ରାକ୍ଷୀ ବ୍ୟବସାୟ । ହେଲେ ଏଥର ଭଲ ଦି ପଇସା ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ଏପଟେ ବଜାରରେ ୫ ଟଙ୍କାରୁ ଆରମ୍ଭ କରି ୫ ଶହ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ମିଳୁଛି । ରାଜକୋଟ , ବମ୍ବେ ଓ କୋଲକତାରୁ ବିଭିନ୍ନ ଡିଜାଇନର ରାକ୍ଷୀ ଆସିଛି । ପ୍ରତି ବର୍ଷ ୬ରୁ ୭ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥାଏ ବୋଲି କହିଛନ୍ତି ବ୍ୟବସାୟୀ । ଚଳିତ ବର୍ଷ ବଜାରରେ ନୂତନ ଡିଜାଇନର ରାକ୍ଷୀ ଆସିଛି । ହେଲେ ରେଶମୀ ସୂତା, ମୋତି ମାଳି, ମୟୂର ପଙ୍ଖ, ଷ୍ଟୋନରେ ତିଆରି ରାକ୍ଷୀର ଚାହିଦା ଏବେବି ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ