ଓଡିଶା

odisha

ETV Bharat / city

କ୍ୟାନସର ପୀଡିତାଙ୍କୁ ସାଂସଦଙ୍କ ସହାୟତା, ବ୍ରହ୍ମପୁରରୁ ପଠାଇଲେ ବିଶାଖାପାଟଣା - ମାନବିକତା ଦେଖାଇଲେ ବ୍ରହ୍ମପୁର ସାଂସଦ

ମାନବିକତା ଦେଖାଇଲେ ବ୍ରହ୍ମପୁର ସାଂସଦ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରି ନଥିବା ଜଣେ କ୍ୟାନ୍ସର ରୋଗୀଙ୍କୁ ସହାୟତା କଲେ ସାଂସଦ ଚନ୍ଦ୍ରଶେଖର ସାହୁ । ଅଧିକ ପଢ଼ନ୍ତୁ

cancer patient of berhampur shifted visakhapatnam
ମାନବିକତା ଦେଖାଇଲେ ସାଂସଦ

By

Published : Jan 5, 2022, 2:09 PM IST

ଗଜପତି: ମାନବିକତା ଦେଖାଇଲେ ବ୍ରହ୍ମପୁର ସାଂସଦ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରି ନଥିବା ଜଣେ ରୋଗୀଙ୍କୁ ସହାୟତା କଲେ ସାଂସଦ ଚନ୍ଦ୍ରଶେଖର ସାହୁ । କ୍ୟାନ୍ସର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ସେ ବିଶାଖପାଟଣା ସ୍ଥାନାନ୍ତର କରାଇଛନ୍ତି ।

ମାନବିକତା ଦେଖାଇଲେ ସାଂସଦ

ଗଜପତି ମୋହନା ବ୍ଲକ କନ୍ଧ ଅଡବା ଗ୍ରାମର ଝୁନୁ ପାଇକ ମୁଖଗହ୍ବର ରୋଗରେ ପୀଡ଼ିତ ଥିଲେ । ସେ ଚିକିତ୍ସା ପାଇଁ ପ୍ରଥମେ ମୋହନା ମେଡିକାଲକୁ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିଲେ। ସେଠାରୁ ସେ କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡିଥିଲା । ଏହାପରେ ସେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ହେଲେ ଟଙ୍କା ଅଭାବରୁ ସେଠାରେ ସେ ଚିକିତ୍ସାରୁ ବଞ୍ଚିତ ହୋଇଥିଲେ । ଫଳରେ ସେ ଗାଁକୁ ଫେରି ନିଜ ଭାଗ୍ୟକୁ ଆଦରି ବଛଣାରେ ପଡ଼ି ରହିଥିଲେ । ଏ ସଂପର୍କରେ ଖବର ପାଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରଶାସନର ସହଯୋଗ କ୍ରମେ ଝୁନୁଙ୍କୁ ପ୍ରାଥମିକ ଚିକିତ୍ସା ଦେବାରେ ସହାୟକ ହୋଇଥିଲେ । ହେଲେ କର୍କଟ ରୋଗର ଚିକିତ୍ସା ପାଇଁ ଏଠାରେ କୌଣସି ସୁବିଧା ନଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ।

ତେଣୁ ଆଜି ତାଙ୍କୁ ବିଶାଖାପାଟଣା ସ୍ଥିତ ଏଚସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୀର୍ଘ ଦିନ ଧରି ଚିକିତ୍ସା ସୁବିଧା ପାଉନଥିବା ଝୁନୁ ଆଜି ଚିକିତ୍ସିତ ହୋଇ ପାରିଛନ୍ତି । ଏନେଇ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାନ୍ସର ପୀଡ଼ିତା ଝୁନୁ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details