ଓଡିଶା

odisha

ETV Bharat / city

ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ବିରୋଧ, ଗଞ୍ଜାମରେ ଆଜିଠୁ ଘରୋଇ ବସ ଚଳାଚଳ ବନ୍ଦ

ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ଘରୋଇ ବସ ସଂଘର ବିରୋଧ । ବୁଧବାର ଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ । ଏପଟେ ସମସ୍ତ ରୁଟରେ ଚଲିବ ସରକାରୀ ବସ । ଅଧିକ ପଢନ୍ତୁ...

By

Published : Nov 27, 2019, 12:03 AM IST

berhampur-bus-owners-association-press-meet
ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ସିଟି ବସଷ୍ଟାଣ୍ଡ । ଏଥିସହ ସମସ୍ତ ବେସରକାରୀ ବସକୁ ସହର ଉପକଣ୍ଠ ହଳଦିଆପଦର ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବ । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରି ବସ ମାଲିକ ସଂଘ ପକ୍ଷରୁ ବସ ଚଳାଚଳକୁ ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ଘୋରଇ ବସ ମାଲିକ ସଂଘର ଏକ ବୈଠକରେ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ହଳଦିଆପଦରକୁ ନକରାଯାଇ ସହରର ଅନ୍ୟ କୌଣସି ସ୍ଥାନକୁ ପ୍ରଦାନ କରିବାକୁ ଅପିଲ କରାଯାଇଛି । ପ୍ରଶାସନର ଏଭଳି ପଦକ୍ଷେପକୁ ଦୃଢ ନିନ୍ଦା କରିଛି ଘରୋଇ ବସ ମାଲିକ ସଂଘ । କିନ୍ତୁ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଓ.ଏସ୍.ଆର୍.ଟି.ସି ପକ୍ଷରୁ ଭଞ୍ଜନଗର , ଫୁଲବାଣୀ ଓ କଟକ ରୁଟରେ ଅତିରିକ୍ତ ଚାରୋଟି ଲେଖାଏଁ ବସ ଚଳାଚଳ କରାଯିବା ସହ ରାୟଗଡା ଏବଂ ଗଜପତିକୁ ଅତିରିକ୍ତ ଦୁଇଟି ବସ ବ୍ୟବସ୍ଥା କରାଯାଇଛି ।

ସେହିପରି ସହରରେ ଚାଲିଥିବା ସିଟି ବସ ସେବା ବୃଦ୍ଧି କରାଯାଇ ଗୋପାଳପୁରରୁ ବ୍ରହ୍ମପୁର ଏବଂ ଦିଗପହଣ୍ଡି ରୁଟରେ ୮ ବସ , ବ୍ରହ୍ମପୁରରୁ ଛତ୍ରପୁର ଓ ଖଲ୍ଲିକୋଟ ମଧ୍ୟରେ ୮ ଟି ବସ ଏବଂ ବ୍ରହ୍ମପୁରରୁ କନିଷି ଦେଇ ଚିକିଟି ପାତ୍ରପୁର ଦେଇ ପାଞ୍ଚଟି ବସ ଏବଂ ବ୍ରହ୍ମପୁରରୁ ହିଞ୍ଜିଳିକୁ ପାଞ୍ଚୋଟି ବସ ସହ ହଳଦିଆପଦର ନୂତନ ବସଷ୍ଟାଣ୍ଡ ଠାରୁ ବ୍ରହ୍ମପୁରକୁ ଅତିରିକ୍ତ ୧୦ ଟି ସର୍ଟଲ ବସ୍ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details