ବ୍ରହ୍ମପୁର: ପବିତ୍ର ଗଣେଶ ପୂଜା ଅବସରରେ ଖାଦ୍ୟଶସ୍ୟରେ ଚମତ୍କାର କଳାକୃତି ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ । ଶିଳ୍ପୀ ସତ୍ୟ ନାରାୟଣ ମହାରଣା ୧୧ ପ୍ରକାର ଖାଦ୍ୟ ଶସ୍ୟରେ ଗଜାନନଙ୍କ ପ୍ରତିମା ଓ କାଠରେ ଅଷ୍ଟ ବିନାୟକଙ୍କୁ ତିଆରି କରିଛନ୍ତି । ଗଜାନନଙ୍କ ପ୍ରତିମୂର୍ତ୍ତି ତିଆରି ପାଇଁ କାନ୍ଦୁଲ ଜାଇ, ମୁଗ ଜାଇ, ବିରି ଜାଇ, ମସୁରି ଜାଇ, ସାବି ଚାଉଳ, ସୋରିଷ, ଜିରା, ଡାଲିଆ କୋଳଥ, ଗହମ ଲବଙ୍ଗ ଆଦି ବ୍ୟବହାର କରିଛନ୍ତି । ଯାହାର ଉଚ୍ଚତା ୧୮ ଇଞ୍ଚ ଏବଂ ଓସାର ୧୪ ରହିଛି ।
ଖାଦ୍ୟଶସ୍ୟରେ ଗଜାନନଙ୍କୁ ଗଢିଲେ ବ୍ରହ୍ମପୁର ଯୁବଶିଳ୍ପୀ
ଶସ୍ୟରେ ବ୍ରହ୍ମପୁର ଶିଳ୍ପୀଙ୍କ ନିଆରା କଳାକୃତି । ୧୧ ପ୍ରକାର ଖାଦ୍ୟଶସ୍ୟରେ ଗଜାନନଙ୍କ ପ୍ରତିମା ତିଆରି କଲେ ଯୁବଶିଳ୍ପୀ । ଅଧିକ ପଢନ୍ତୁ...
ଖାଦ୍ୟଶସ୍ୟରେ ଗଜାନନଙ୍କ ପ୍ରତିମା ଗଢିଲେ ବ୍ରହ୍ମପୁର ଯୁବଶିଳ୍ପୀ
ସେହିଭଳି କାଠରେ ୪ ଇଞ୍ଚରୁ ୯ ଇଞ୍ଚ ଯାଏଁ ୮ ଗୋଟିଏ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି ସତ୍ୟ ନାରାୟଣ । କୋଭିଡ ଦୃଷ୍ଟିରୁ ସମସ୍ତେ ଘରେ ରହି ଗଣେଶଙ୍କୁ ପୂଜା କରନ୍ତୁ ଏବଂ ଗହଳିକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ