ଓଡିଶା

odisha

ETV Bharat / city

ସଭା ମଞ୍ଚରେ ବାବୁଲଙ୍କ ବାଟରେ ଚାଲୁ ଚାଲୁ ଗୀତ - ଦଳୀୟ ସଭାରେ ହୃଦୟ ଛୁଆଁ ଓଡ଼ିଆ ଗୀତ

ଦଳୀୟ ସଭାରେ ହୃଦୟ ଛୁଆଁ ଓଡ଼ିଆ ଗୀତ। ଭାଷଣ ସଙ୍ଗେ ଶୁଭିଲା ବାଟରେ ଚାଲୁ ଚାଲୁ କେବେ କିଏ ଦେଖାହୁଏ...

babul-supriyo-singing-odia-song
babul-supriyo-singing-odia-song

By

Published : Jan 10, 2020, 9:45 PM IST

ବ୍ରହ୍ମପୁର: ସିଏଏ ସମର୍ଥନ ରାଲି ଯୋଗଦେଇ ଉପସ୍ଥିତ କର୍ମୀଙ୍କ ମନ ମୋହିଲେ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ। ବାବୁଲଙ୍କ ବିଷୟରେ କହିଲେ ସାଧାରଣ ଶ୍ରୋତା ମନେ ପକାନ୍ତି ତାଙ୍କ ସୁମଧୁର ସେହି ଓଡ଼ିଆ ସଙ୍ଗୀତକୁ ।

କେନ୍ଦ୍ରମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତ ଅବସରରେ ସଭା ମଞ୍ଚରେ ଅଭିଭାଷଣ ରଖିବା ପରେ ସମସ୍ତଙ୍କୁ ଅଧିକ ଆକର୍ଷଣୀୟ କରିଥିଲା ବାବୁଲ ସୁପ୍ରିୟୋଙ୍କ ସେହି ପୁରୁଣା ଓଡିଆ ସଙ୍ଗୀତ ବାଟରେ ଚାଲୁ ଚାଲୁ କେବେ କିଏ ଦେଖାହୁଏ । ଗୀତର ତାଳେ ତାଳେ ଝୁମିଥିଲେ ଉପସ୍ଥିତ ଦର୍ଶକ ଓ ବିଜେପି କର୍ମୀ।

କେନ୍ଦ୍ରମନ୍ତ୍ରୀଙ୍କ ବାଟରେ ଚାଲୁ ଚାଲୁ ଗୀତରେ ଝୁମିଲେ ସମସ୍ତେ

ପରେ କହୋନା ପ୍ୟାର ହେ ଗୀତ ଗାଇ ଉପସ୍ଥିତ ବିଜେପି ଦଳର ନେତା ଓ କର୍ମୀଙ୍କୁ ଅଧିକ ଉତ୍ସାହିତ କରିଥିବା ଦେଖା ଯାଇଥିଲା। ତାଙ୍କର ଏହି ମନଛୁଆଁ ଗୀତରେ କର ତାଳିର ବର୍ଷା କରିଥିଲେ ଉପସ୍ଥିତ ଦର୍ଶକେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ



Conclusion:

ABOUT THE AUTHOR

...view details