ଓଡିଶା

odisha

ETV Bharat / city

କୋରୋନାରେ ଆଖି ବୁଜିଲେ ଡାକ୍ତର କାମଦେବ ପାଢୀ; ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ - doctor died

କୋରୋନାରେ ଆଖି ବୁଜିଲେ ଆୟୁର୍ବେଦ ଚିକିତ୍ସାଳୟର ଆୟୁର୍ବେଦ ଚିକିତ୍ସକ କାମଦେବ ପାଢୀ । ଗାର୍ଡ ଅଫ ଅନର ସହ ସରିଲା ଶେଷକୃତ୍ୟ । ଅଧିକ ପଢନ୍ତୁ...

ଗାର୍ଡ ଅଫ୍ ଅର୍ନରେ ସରିଲା ଶେଷକୃତ୍ୟ
ଗାର୍ଡ ଅଫ୍ ଅର୍ନରେ ସରିଲା ଶେଷକୃତ୍ୟ

By

Published : May 18, 2021, 10:07 AM IST

ବ୍ରହ୍ମପୁର: କୋରୋନା କେତେ ଯେ ଜୀବନ ନେଲାଣି ତାହା ଆକଳନ କରିବା କଷ୍ଟ । କୋଭିଡ ଡ୍ଯୁଟିରେ ଥିବା ଅନେକ ଯୋଦ୍ଧା ବି ଆଖି ବୁଜିଲେଣି । ବ୍ରହ୍ମପୁରରେ କୋଭିଡ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁର୍ବେଦ ଚିକିତ୍ସକ କାମଦେବ ପାଢୀ କୋରାନାରେ ସଂକ୍ରମିତ ହେବାରୁ ତାଙ୍କ ମୃତ୍ୟୁ ହୋଇଛି । ସୋମବାର ଗାର୍ଡ ଅଫ ଅନର ସହିତ ତାଙ୍କ ଅନ୍ତିମ ସତ୍କାର କରାଯାଇଛି ।

ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳ ଗାଁ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଆୟୁର୍ବେଦ ଚିକିତ୍ସକ ଭାବରେ କାର୍ଯ୍ୟ କରୁଥିଲେ ଡ଼ା କାମଦେବ ପାଢ଼ୀ । କୋରୋନା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ୍ ଏବଂ ନଗର ଚିକିତ୍ସାଳୟର କୋଭିଡ ମ୍ୟାନେଜମେଣ୍ଟ ଡ୍ୟୁଟି ପାଇଁ ନିୟୋଜିତ କରାଯାଇଥିଲା । ସେହି ସମୟରେ ସେ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଆଗଧାଡିର କୋଭିଡ ଯୋଦ୍ଧା ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅର୍ନର ଦିଆଯାଇ ତାଙ୍କ ଅନ୍ତିମ ସତ୍କାର କରାଯାଇଛି । ସ୍ବର୍ଗତ ପାଢୀ ୧୯୯୨ ମସିହା ମାର୍ଚ୍ଚ ମାସର ୩୦ ତାରିଖରେ ପ୍ରଥମେ ରାୟଗଡାରେ ଚିକିତ୍ସକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ବ୍ରହ୍ମପୁର ସହର ଆଙ୍କୁଲି ତାଙ୍କ ଜନ୍ମସ୍ଥାନ ବୋଲି ଜଣାଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details