ଓଡିଶା

odisha

ETV Bharat / city

ଡେଙ୍ଗୁ, ମ୍ୟାଲେରିଆରୁ ବଞ୍ଚିବା ପାଇଁ ଆରମ୍ଭ ହେଲା ସଚେତନତା ଯାତ୍ରା - ଡେଙ୍ଗୁ

ଲଗାଣ ବର୍ଷା ପରେ ଗ୍ରାମଞ୍ଚଳରେ ଏବେ ଜଳଜନିତ ରୋଗକୁ ନେଇ ବଢୁଛି ଚିନ୍ତା । ଯେଉଁଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ସରପଞ୍ଚ ନିଳିମା ବିଷୋୟୀ ଏବଂ ପୁରଷୋତ୍ତମପୁର ବ୍ଲକସ୍ଥିତ ସମା ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ସଚେତନତା ଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 8, 2019, 6:42 AM IST

ବ୍ରହ୍ମପୁର: ଲଗାଣ ବର୍ଷା ପରେ ଗ୍ରାମଞ୍ଚଳରେ ଏବେ ଜଳଜନିତ ରୋଗକୁ ନେଇ ବଢୁଛି ଚିନ୍ତା । ଯେଉଁଥିପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ସରପଞ୍ଚ ନିଳିମା ବିଷୋୟୀ । ତାଙ୍କ ସଭାପତିତ୍ବରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଏକତ୍ରିତ ହୋଇ ପୁରଷୋତ୍ତମପୁର ବ୍ଲକସ୍ଥିତ ସମା ଗ୍ରାମ ପଞ୍ଚାୟତରେ ଏକ ସଚେତନତା ଯାତ୍ରାର ଆୟୋଜନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି ସଚେତନତା ଯାତ୍ରାରେ ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆକୁ ନେଇ ସଚେତନତା ବାର୍ତ୍ତା ବଣ୍ଟାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ବିଜୟ କୁମାର ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏଥିସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା ପ୍ରମୁଖ ସଚେତନତା ଯାତ୍ରାରେ ଉପସ୍ଥିତ ରହି ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସମା ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ଅଧୀନସ୍ଥ ଗ୍ରାମର ମହିଳାମାନଙ୍କୁ ଏକତ୍ରିତ କରାଯିବା ସହ ବିଶ୍ବ ସ୍ତନ୍ୟପାନ ସପ୍ତାହ ଅବସରରେ ନବଜନ୍ମିତ ଶିଶୁକୁ ମା’ର କ୍ଷୀର ଦେବାକୁ ପରାମର୍ଶ ଦିଆଯାଇଥିଲା । ସ୍ଥାନୀୟ ସରପଞ୍ଚ ନିଳିମା ବିଷୋୟୀଙ୍କ ସଭାପତିତ୍ବରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ଃ ରବିନ୍ଦ୍ରନାଥ ଗନ୍ତାୟତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନାବାଡି କର୍ମୀଙ୍କ ସମେତ ମହିଳା ସ୍ବୟଂ ସହାୟକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details