ଓଡିଶା

odisha

ETV Bharat / city

ଗୁଣିଆ ସନ୍ଦେହରେ ଯୁବକଙ୍କୁ ଆକ୍ରମଣ, ଥାନାରେ ଏତଲା

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ଯୁୂବକଙ୍କୁ ଆକ୍ରମଣ । ଅଧିକ ପଢନ୍ତୁ...

ଗୁଣିଆ ସନ୍ଦେହରେ ଯୁବକଙ୍କୁ ଆକ୍ରମଣ
ଗୁଣିଆ ସନ୍ଦେହରେ ଯୁବକଙ୍କୁ ଆକ୍ରମଣ

By

Published : May 16, 2021, 7:04 AM IST

ବ୍ରହ୍ମପୁର: ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ପଥରରେ ଆକ୍ରମଣ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ।

ସୂଚନାଅନୁସାରେ,ନୂଆଗାଁର 28ବର୍ଷୀୟ ଟୁନା ପାଇକ ନାମକ ଯୁବକକୁ ଗୁଣିଗାରେଡି ସନ୍ଦେହରେ ସେହି ଗାଁର ଦୁଇଜଣ ଯୁବକ ମନୁ ନାୟକ ଓ ବିଚ୍ଛନ୍ନ ଦଳାଇ ନାମକ ଦୁଇ ଯୁବକ ପଥରରେ ଆକ୍ରମଣ କରିଛନ୍ତି । ଫଳରେ ଟୁନା ପାଇକ ଗୁରୁତର ହୋଇଚନ୍ତି । ଏନେଇ ଟୁନା ଥାନାରେ ଏକ ଏତଲା ଦେଇଛନ୍ତି ।

ଅଭିଯୋଗକାରୀ ଟୁନା ଗତ ଦର୍ଶ ବର୍ଷ ଧରି ଗାଁର ନୃସିଂହ ମନ୍ଦିରରେ ପୂଜାର୍ଚ୍ଚନା କରି ଆସୁଥିଲେ । ଶନିବାର ସକାଳେ ଟୁନା ଗାଧୋଇବା ସମୟରେ ଉଭୟ ମନୁ ଓ ବିଚ୍ଛନ ହଠାତ୍ ପଥରରେ ଟୁନାଙ୍କ ଉପରକୁ ଆକ୍ରମଣ କରିବା ସହିତ ଧମକ ଦେଇଥିଲେ । ଗୁରୁତର ଅବସ୍ଥାରେ ଟୁନା ପ୍ରଥମେ ବମକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସା କରାଇଥିବା ବେଳେ ନୂଆପଡ଼ା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details