ବ୍ରହ୍ମପୁର:ସହର ଉପକଣ୍ଠ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ନିକଟରେ ସେନାର ଆକାଉଣ୍ଟସ୍ ବିଭାଗର ନିଜସ୍ୱ କୋଠା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟ୍ରୋଲର ଜେନାରାଲ୍ ଅଫ୍ ଡିଫେନ୍ସ ଏକାଉଣ୍ଟ(CGDA) ଅଭିନାଶ ଦୀକ୍ଷିତ ଯୋଗ ଦେଇ ଆନୁଷ୍ଠାନିକ ଭାବରେ କୋଠାର ଉଦଘାଟନ କରିଥିଲେ ।
ଗୋଳାବନ୍ଧରେ ସେନା ଆକାଉଣ୍ଟସ୍ ବିଭାଗର ନିଜସ୍ୱ କୋଠା ଉଦଘାଟିତ - ସେନାର ଆକାଉଣ୍ଟସ୍ ବିଭାଗର ନିଜସ୍ୱ କୋଠା
ବ୍ରହ୍ମପୁର ସହର ଉପକଣ୍ଠ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ନିକଟରେ ସେନାର ଆକାଉଣ୍ଟସ୍ ବିଭାଗର ନିଜସ୍ୱ କୋଠା ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ
ଗୋଳାବନ୍ଧ ଠାରେ ସେନାର ଆକାଉଣ୍ଟସ୍ ବିଭାଗର ନିଜସ୍ୱ କୋଠା ଉଦଘାଟିତ
ସୂଚନାଅନୁସାରେ, ଏହି କାର୍ଯ୍ୟାଳୟ ପ୍ରାୟ ୪୦ ହଜାର କାର୍ଯ୍ୟରତ ଓ ଅବସରପ୍ରାପ୍ତ ସେନା କର୍ମଚାରୀ ସେମାନଙ୍କ ଆକାଉଣ୍ଟ ସମ୍ୱନ୍ଧୀୟ ସେବା ପାଇପାରିବେ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପରିଚାଳିତ ଏହି କାର୍ଯ୍ୟାଳୟ କୋଠା ୮ କୋଟି ୭୦ ଲକ୍ଷ ୯୪ ହଜାର ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିହିର କୁମାର, ବ୍ରିଗେଡିୟର ସେଣ୍ଟର କମାଣ୍ଡର୍ ସୁମିତ କୁମାର ମାଥୁର, ବ୍ରିଗେଡିୟର ମନୀଷ ଭାବେ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସରବଣା ବିବେକ ଏମ୍ ସମେତ ଅନେକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର