ETV Bharat Odisha

ଓଡିଶା

odisha

ETV Bharat / city

ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ ଜାରି - landless people

ବିଭିନ୍ନ ସମସ୍ୟା ସହ ବଳପୂର୍ବକ ଜମି ଉଚ୍ଛେଦ ପ୍ରସଙ୍ଗରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ ଜାରି
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ ଜାରି
author img

By

Published : Jun 23, 2021, 8:58 PM IST

ବ୍ରହ୍ମପୁର:ଭାରତ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ ପ୍ରଦର୍ଶନ । ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଚୁଡାଖାଇ ମୌଜାରେ ସିଲିଂ ଜମି ପାଇଥିବା ଭୂମିହୀନଙ୍କୁ ସମସ୍ତ ଅଧିକାର ପ୍ରଦାନ କରିବା ଏବଂ ଦଳିତ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଥିବା ଆନ୍ଧ୍ର ଜମି ମାଫିଆଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଅଖିଳ ଭାରତ କ୍ଷେତ ମଜଦୁର କିଶାନ ସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ ଜାରି

ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ ଚୁଡାଖାଇ ହରଡାପଦର ମୌଜାର ଭୂମିହୀନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାୟ ୫୨ ଟି ପରିବାର କୁ ୧୯୭୭ ମସିହା ସିଲିଂ ବହିର୍ଭୁତ ଜମି ମିଳିଥିଲା । ଯାହାକୁ ନେଇ ଅଞ୍ଚଳବାସୀ ସେହି ଜମିରେ କାଜୁ, ଆମ୍ବ ଆଦି ଗଛ ଲଗାଇ ଆଦାୟ କରି ଚଳି ଆସୁଛନ୍ତି । ଏହି ଜମିର ପଟ୍ଟା ସେମାନଙ୍କ ନାମରେ ରହିଛି ।

କିନ୍ତୁ ଗତ ବର୍ଷ ଠାରୁ ଆନ୍ଧ୍ର ପ୍ରଦେଶର ଏକ ଜମି ମାଫିଆ ସତ୍ୟ ନାରାୟଣ ମୂର୍ତ୍ତି ଏହି ଜମିକୁ ନିଜର କହି ସେମାନଙ୍କୁ ବଳପୂର୍ବକ ଉଚ୍ଛେଦ କରିବା ପାଇଁ ବାରମ୍ବାର ଆକ୍ରମଣ କରିଆସୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗତ ୧୯ ତାରିଖ ଅପରାହ୍ନରେ ଆନ୍ଧ୍ର ଜମି ମାଫିଆ ସତ୍ୟ ନାରାୟଣ ମୁର୍ତ୍ତିଙ୍କ ନିର୍ଦ୍ଦେଶରେ ଅସାମାଜିକ, ଗୁଣ୍ଡାମାନେ ଅଚାନକ ଉକ୍ତ ସିଲିଂ ଜମିରେ ସେମାନେ ଲଗାଇଥିବା ମୂଲ୍ୟବାନ କାଜୁ, ଆମ୍ବ, ପଣସ ଗଛ ଗୁଡିକ ଜୋର ଜବରଦସ୍ତ କାଟି ପକାଉଛନ୍ତି । ଏହା ସହିତ ବୋମା ପକାଇ ଉଡାଇଦେବାକୁ ଧମକ ବି ଦେଉଛନ୍ତି ।

ଏନେଇ ଚୁଡାଖାଇ ମୌଜାରେ ସିଲିଂ କରିଥିବା ଜମିହୀନମାନେ ତାର ସିଂ ଥାନାରେ ଅଭିଯୋଗ କଲେ ମଧ୍ୟ ଥାନା ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇନାହିଁ । ଏହା ପରେ ମଧ୍ୟ ଗୁଣ୍ଡାରାଜ କରୁଥିବା ବ୍ୟକ୍ତିମାନେ ରାସ୍ତା କଡରେ ମାରଣାସ୍ତ୍ର ଧରି ସେମାନଙ୍କୁ ଜଗି ରହୁଥିବାରୁ ଭୂମିହୀନମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ସେମାନେ ଉକ୍ତ ସ୍ମାରକପତ୍ରରେ ଦର୍ଶାଇଛନ୍ତି । ଏଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନବେଳେ ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭାର ଗଞ୍ଜାମ ଜିଲ୍ଲା ସଭାପତି ନିରାକାର ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସୁବାଷ ରାଉତ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାୟକ, ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚର ସଭାପତି ଗୁରୁଦେବ ବେହେରା, ବହୁଜନ କ୍ରାନ୍ତି ମୋର୍ଚ୍ଚାର ଦେବେନ୍ଦ୍ର ପାତ୍ର, ଜନ ଜାଗରଣର ମଧୂସୁଦନ, ଲିଙ୍ଗରାଜ ନାୟକ, ଶିବରାମ ସାହୁ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଅମର ନାୟକଙ୍କ ସମେତ ବହୁ ଭୂମିହୀନ ମାନେ ଉପସ୍ଥିତ ଥିଲେ ।

ଏହି ସମସ୍ତ ଦାବି ନେଇ ମଧ୍ୟ ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ପକ୍ଷରୁ ଗଞ୍ଜାମ ଏସପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details