ବ୍ରହ୍ମପୁର: ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାର ଇତିହାସ ମଧ୍ୟରେ ମହୁରୀଗଡ ଏବଂ ମହୁରୀ ରାଜାଙ୍କ ରହିଛି ସ୍ବତନ୍ତ୍ର ଭୂମିକା। ଯାତ୍ରାର ତୃତୀୟ ଦିବସରେ ମାଆଙ୍କ ଆଜ୍ଞାମାଳ ଫୁଲ ଚାଙ୍ଗୁଡିରୁ ଘଟକୁ ସ୍ଥାପନ ପରେ ମାଆଙ୍କ ଘଟ ପ୍ରଥମେ ମହୁରୀ ରାଜବାଟୀ ଯାଇ ମାଆଙ୍କ ପ୍ରଥମ ଆଳତୀ ରାଜ ନଅରରେ ହେବାର ପରମ୍ପରା ରହିଛି ।
ବୁଢ଼ୀ ଠାକୁରାଣୀ ଯାତ୍ରାରେ ମହୁରୀଗଡର ରହିଛି ସ୍ବତନ୍ତ୍ର ଭୂମିକା - Thakurani jatra in Berhampur
ବୁଢ଼ୀ ଠାକୁରାଣୀ ଯାତ୍ରାର ଇତିହାସରେ ମହୁରୀ ରାଜବାଟୀର ରହିଛି ବିଶେଷ ଭୂମିକା । ମାଆଙ୍କ ଆଜ୍ଞାମାଳ ଫୁଲ ଚାଙ୍ଗୁଡିରୁ ଘଟକୁ ସ୍ଥାପନ ପରେ ମାଆଙ୍କ ଘଟ ପ୍ରଥମେ ମହୁରୀ ରାଜବାଟୀ ଯାଇ ମାଆଙ୍କ ପ୍ରଥମ ଆଳତୀ ରାଜ ନଅରରେ ହେବାର ପରମ୍ପରା ରହିଛି । ଅଧିକ ପଢନ୍ତୁ...
ବୁଢ଼ୀ ଠାକୁରାଣୀ ଯାତ୍ରା
ଏବେ ରାଜତନ୍ତ୍ର ବଦଳରେ ଦେଶ ଗଣତନ୍ତ୍ରରେ ଚାଲୁଥିବା ବେଳେ ଠାକୁରାଣୀ ଯାତ୍ରାରେ କିନ୍ତୁ ସେହି ପୁରାତନ ମହୁରୀଗଡ ଏବଂ ମହୁରୀରାଜାଙ୍କୁ ପରମ୍ପରା ଅନୁଯାୟୀ ସମ୍ମାନ ଦିଆଯାଇଥାଏ । ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ, ମାଆଙ୍କ ଯାତ୍ରା ଆୟୋଜନ କରାଯାଉଥିବାରୁ ମାଆଙ୍କ ଦୈନିକ ଘଟ ପରିକ୍ରମା ବନ୍ଦ ରଖାଯାଇଛି । ମାଆଙ୍କ ପ୍ରଥମ ଦିନର ଘଟ ପରିକ୍ରମା ଅବସରରେ ମହୁରୀରାଜା ଅଶୋକ କୁମାର ନରେନ୍ଦ୍ର ଦେଓଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ