ପିଲା ଖେଳରୁ ହତ୍ୟାକାଣ୍ଡ
18:23 April 11
ଝିମିଟି ଖେଳରୁ ମହାଭାରତ ପରି କ୍ରିକେଟ ଖେଳକୁ ନେଇ ହିଞ୍ଜିଳାକାଟୁର ଖରିଡାରେ ହତ୍ୟାକାଣ୍ଡ ।
ବ୍ରହ୍ମପୁର: ଖରିଡା ଗାଁରେ ଅଭାବନୀୟ ଘଟଣା । କ୍ରିକେଟ ଖେଳରୁ ଗଣ୍ଡଗୋଳ ହୋଇ ଘଟିଛି ହତ୍ୟାକାଣ୍ତ । ମୃତକ ଜଣକ ନବମ ଶ୍ରେଣୀର ଛାତ୍ର ବିଭୁ ସେଠୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଖରିଡା ଗାଁର କେଶବ ସଠୀଙ୍କ ପୁଅ ବିଭୁ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲା । ହେଲେ କୈଣସି ଏକ କଥାକୁ ନେଇ ଅନ୍ୟ ଏକ ନାବାଳକ ସହିତ ଯୁକ୍ତି ହୋଇଥିଲା ।
ଫଳରେ ନାବାଳକ ଜଣକ ରାଗିଯାଇ ବିଭୁ ଉପରକୁ ବ୍ୟାଟରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବିଭୁ ଚେତାଶୂନ୍ୟ ହୋଇ ପଡିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ନାବାଳକକୁ ଅଟକ ରଖିଛି । ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ