ଓଡିଶା

odisha

ETV Bharat / city

ଚିକିତ୍ସାରେ ଅବହେଳା ଅଭିଯୋଗରେ ଘରୋଇ ମେଡିକାଲରେ ଉତ୍ତେଜନା

ଜଣେ ୧୧ ବର୍ଷର ବାଳକର ମୃତ୍ୟୁ ଘଟିଥିବା ନେଇ  ବ୍ରହ୍ମପୁର ସହରର ଏକ ଘରୋଇ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 30, 2019, 11:55 PM IST

ବ୍ରହ୍ମପୁର: ବ୍ରହ୍ମପୁର ସହରର ଏକ ଘରୋଇ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଜଣେ ୧୧ ବର୍ଷର ବାଳକର ମୃତ୍ୟୁ ଘଟିଥିବା ନେଇ ମେଡିକାଲରେ ଉତ୍ତୋଜନା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବ୍ରହ୍ମପୁର ସହରର ଗେଟବଜାର ଛକ ନିକଟସ୍ଥ ଏକ ଘରୋଇ ହସ୍ପିଟାଲର ଇଏନଟି ବିଭାଗରେ କେ.ମାଲେସ ସେଠୀଙ୍କ ପୁଅ ଭର୍ତ୍ତି ହୋଇଥିଲେ । ତେବେ ଶୁକ୍ରବାର ବାଳକକୁ ଚିକିତ୍ସା କରୁଥିବା ଡାକ୍ତର ଏକ ଇଞ୍ଜେକସେନ୍ ଦେବା ପରେ କେ.ମାଲେସ ସେଠୀଙ୍କ ପୁଅର ମୃତ୍ୟୁ ଘଟିଥିଲା ।

ଏନେଇ ପରିବାର ବର୍ଗ ମେଡିକାଲରେ ଉତ୍ତେଜନା କରିବା ସହ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବାଳକର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details