ଓଡିଶା

odisha

ETV Bharat / city

ମାଛ ମାରିବାକୁ ଯାଇଥିଲେ, ଜାଲରେ ପଡିଲା 9 ଫୁଟର ଅଜଗର - berhampur python

ଗଞ୍ଜାମ ଛତ୍ରପୁର ନିକଟବର୍ତ୍ତୀ ତମ୍ପରା ହ୍ରଦରେ ମାଛ ପାଇଁ ଜାଲ ପକାଇବାବେଳେ, ଉଦ୍ଧାର ହେଲା ନଅ ଫୁଟ ଲମ୍ବର ଅଜଗର ସାପ । ଅଧିକ ପଢନ୍ତୁ...

ମାଛ ଧରୁଥିବା ଜାଲରେ ପଡିଲା 9 ଫୁଟର ଅଜଗର
ମାଛ ଧରୁଥିବା ଜାଲରେ ପଡିଲା 9 ଫୁଟର ଅଜଗର

By

Published : Aug 16, 2020, 4:06 PM IST

ବ୍ରହ୍ମପୁର: ତମ୍ପରାରେ ମାଛ ଧରିବାକୁ ଯାଇଥିବା ଜଣେ ମତ୍ସଜୀବୀଙ୍କ ଜାଲରେ ପଡିଲା ଏକ ନଅ ଫୁଟ ଲମ୍ବର ଅଜଗର ସାପ । ଗଞ୍ଜାମ ଛତ୍ରପୁର ନିକଟବର୍ତ୍ତୀ ତମ୍ପରା ହ୍ରଦକୁ ତରେଇ ପାଟପୁର ଗ୍ରାମର କନ୍ଧ ବେହେରା ପ୍ରତିନିଧି ରବିବାର ମାଛ ଧରିବା ପାଇଁ କାଠଡଙ୍ଗା ନେଇ ଯାଇଥିଲେ । ସେ ମାଛ ଧରିବା ପାଇଁ ଜାଲ ପକାଇବା ବେଳେ ସେଥିରେ ଏକ ଅଜଗର ପଡିଥିଲା ।

ଏହାକୁ ଦେଖିବା ପରେ ସେହି ସାପକୁ ଧରି ସେ କୂଳକୁ ଆଣିଥିଲେ । ଏହାସହ ତୁରନ୍ତ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସାପକୁ ଉଦ୍ଧାର କରାଯାଇଥିବା ବେଳେ ଏହା ଅଜଗର ସାପ ବୋଲି ଜଣାପଡିଥିବା ବେଳେ ଏହାର ଆନୁମାନିକ ଲମ୍ବ 9 ଫୁଟ ବୋଲି ଜଣାପଡିଛି।

ମାଛ ଧରୁଥିବା ଜାଲରେ ପଡିଲା 9 ଫୁଟର ଅଜଗର

ପରେ ଉଦ୍ଧାର ସାପଟି କୁ ଜଙ୍ଗଲରେ ଛଡାଯାଇଛି। ଏହି ଖବର ଜଣାପଡିବା ପରେ ସାପଟିକୁ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଭିଡ ଜମିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details