ଓଡିଶା

odisha

ETV Bharat / city

ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମରେ ହେବ 83ଟି ସ୍କୁଲର ରୂପାନ୍ତରୀକରଣ - ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରୀକରଣ

ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟକୁ କରାଯିବ ସଂପୂର୍ଣ୍ଣ ରୂପାନ୍ତରୀକରଣ । ଏନେଇ ରଙ୍ଗେଇଲୁଣ୍ଡା ବ୍ଲକର 8ଟି ବିଦ୍ୟାଳୟକୁ ଏହି ଅବସରରେ ନିଜେ ପରିକ୍ରମା କରି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟ ହେବ ସଂପୂର୍ଣ୍ଣ ରୂପାନ୍ତରୀକରଣ
ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟ ହେବ ସଂପୂର୍ଣ୍ଣ ରୂପାନ୍ତରୀକରଣ

By

Published : Nov 10, 2021, 7:58 AM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ୮୩ଟି ବିଦ୍ୟାଳୟକୁ କରାଯିବ ସଂପୂର୍ଣ୍ଣ ରୂପାନ୍ତରୀକରଣ । ଏନେଇ ବିଭିନ୍ନ ବ୍ଲକର ବିଦ୍ୟାଳୟଗୁଡିକର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକର 8ଟି ବିଦ୍ୟାଳୟକୁ ଏହି ଅବସରରେ ନିଜେ ପରିକ୍ରମା କରି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମରେ ଦ୍ବିତୀୟ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟ ହେବ ସଂପୂର୍ଣ୍ଣ ରୂପାନ୍ତରୀକରଣ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କିର୍ତ୍ତୀଭାଶନ ଏହି ଅବସରରେ ହାଇସ୍କୁଲ ଗୁଡିକର ସ୍ମାର୍ଟକ୍ଲାସ ରୁମ, ଇ-ଲାଇବ୍ରେରୀ, ଖେଳପଡିଆଠାରୁ ଆରମ୍ଭ କରି ଶୌଚାଳୟ ଏବଂ ପାନୀୟ ଜଳ ବ୍ୟବସ୍ଥାକୁ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅନୁଧ୍ୟାନ କରିବା ସହିତ ବିଦ୍ୟାର୍ଥୀମାନଙ୍କ ସହିତ ଆଲୋଚନା କରି ପଚାରି ବୁଝିଥିଲେ ।

ତେବେ ଆସନ୍ତା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧିନରେ ସଂପୂର୍ଣ୍ଣ ରୂପାନ୍ତରୀକରଣ ହୋଇଥିବା ଏହି ବିଦ୍ୟାଳୟଗୁଡିକର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details