ବ୍ରହ୍ମପୁର : କୋରୋନା ନିୟମକୁ ଉଲ୍ଲଘ୍ନଂନ କରିବା ନେଇ ବ୍ରହ୍ମପୁର ସହରରେ ଛଅଟି ଦୋକାନକୁ ସିଲ କରିଛି ପ୍ରଶାସନ । ସହରର ବଡବଜାର , ସାନବଜାର , ଆସିକା ରୋଡ ,ପୁରୁଣା ବ୍ରହ୍ମପୁର , ଅର୍ଣ୍ଣପୂର୍ଣ୍ଣା ମାର୍କେଟ ଅଞ୍ଚଳରେ ଥିବା ଲୁଗା ଦୋକାନ, ଫେନସି ଦୋକାନ, ହୋଟେଲ , ଅଳଙ୍କାର ଦୋକାନରେ ମହାନଗର ନିଗମର ସ୍ୱତନ୍ତ୍ର ସ୍କାର୍ଡ ଚଢାଉ କରିଥିଲା । ଏହି ସମୟରେ କୋରୋନା ନିୟମକୁ ବେଖାତିର କରି ପଞ୍ଚସୁତ୍ର ନିୟମକୁ ଉଲ୍ଲଘ୍ନଂ କରିବା ଅଭିଯୋଗରେ ମୋଟ ୪୩ ହଜାର ଛଅ ଶହ ଟଙ୍କା ଜୋରିମାନା ଆଦାୟ କରିବା ସହ ଛଅଟି ଦୋକାନକୁ ସିଲ କରାଯାଇଛି ।
କୋରୋନା ନିୟମକୁ ବେଖାତିର, ସିଲ ହେଲା ବ୍ରହ୍ମପୁରର 6 ଦୋକାନ - କୋରୋନା ନିୟମ
ସହରର ବଡବଜାର , ସାନବଜାର , ଆସିକା ରୋଡ ,ପୁରୁଣା ବ୍ରହ୍ମପୁର , ଅର୍ଣ୍ଣପୂର୍ଣ୍ଣା ମାର୍କେଟ ଅଞ୍ଚଳରେ ଥିବା ଲୁଗା ଦୋକାନ, ଫେନସି ଦୋକାନ, ହୋଟେଲ , ଅଳଙ୍କାର ଦୋକାନରେ ମହାନଗର ନିଗମର ସ୍ୱତନ୍ତ୍ର ସ୍କାର୍ଡ ଚଢାଉ କରିଥିଲା ।
କୋରୋନା ନିୟମକୁ ବେଖାତିର, ସିଲ ହେଲା ବ୍ରହ୍ମପୁରର 6 ଦୋକାନ
ଗଞ୍ଜାମ ଜିଲ୍ଲାରେ ନିୟମିତ ଭାବରେ କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନା ନିୟମ କଡାକଡି କରି ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ପ୍ରସାସନ ପକ୍ଷରୁ କ୍ରମାଗତ ଭାବରେ ଏନଫୋରସମେଣ୍ଟ ବ୍ୟାପକ କରାଯିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମରେ ପଞ୍ଚସୁତ୍ର ନିୟମକୁ ନେଇ ଚଢାଉ ଜାରି ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ