ଓଡିଶା

odisha

By

Published : Apr 20, 2021, 8:51 AM IST

ETV Bharat / city

୬ ଜଣିଆ ଚୋର ଗ୍ୟାଙ୍ଗକୁ ଧରିଲା ବ୍ରହ୍ମପୁର ପୋଲିସ, ସୁନା ସହ ଟଙ୍କା ଜବତ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିଭିନ୍ନ ଘରେ ପଶି ସିନ୍ଧି ଚୋରି କରିବା ଘଟଣାରେ ସଂପୃକ୍ତ ଥିବା ୬ ଜଣିଆ ଗ୍ୟାଙ୍ଗକୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ସେମାନଙ୍କ ଠାରୁ ସୁନା ରୂପା ସହ ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

6 member thief gang arrested by berhampur police
୬ ଜଣିଆ ଚୋର ଗ୍ୟାଙ୍ଗକୁ ଧରିଲା ବ୍ରହ୍ମପୁର ପୋଲିସ,ସୁନା ଅଳଙ୍କାର ସହ ଟଙ୍କା ଜବତ

ବ୍ରହ୍ମପୁର: ୬ ଜଣିଆ ଚୋର ଗ୍ୟାଙ୍ଗକୁ କାବୁ କଲା ବ୍ରହ୍ମପୁର ପୋଲିସ । ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିଭିନ୍ନ ଘରେ ପଶି ସିନ୍ଧି ଚୋରି କରିବା ଘଟଣାରେ ସଂପୃକ୍ତ ଥିବା ୬ ଜଣିଆ ଗ୍ୟାଙ୍ଗକୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ସେମାନଙ୍କ ଠାରୁ ସୁନା ରୂପା ସହ ଟଙ୍କା ଜବତ କରିଛି ପୋଲିସ ।

୬ ଜଣିଆ ଚୋର ଗ୍ୟାଙ୍ଗକୁ ଧରିଲା ବ୍ରହ୍ମପୁର ପୋଲିସ,ସୁନା ଅଳଙ୍କାର ସହ ଟଙ୍କା ଜବତ

ସହର ଉପକଣ୍ଠ ସଦରଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ସମେତ କୁକୁଡାଖଣ୍ଡି ଏବଂ ଗୋଳନ୍ଥରା ଏବଂ ଗୋପାଳପୁର ଥାନା ଥାନା ଅଞ୍ଚଳରେ ହୋଇଥିବା ଵିଭିନ୍ନ ସିନ୍ଧି ଚୋରି ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗରେ ସାମିଲ ରହିଥିବା ଛଅ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଏକ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି । ଏହା ସହିତ ସୁନା ଅଳଙ୍କାର ଏବଂ ଦୁଇଟି ରୂପା କଏନ ଜବତ କରିଥିବା ବ୍ରହ୍ମପୁର ସଦର ଏସଡ଼ିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି l

୬ ଜଣିଆ ଚୋର ଗ୍ୟାଙ୍ଗକୁ ଧରିଲା ବ୍ରହ୍ମପୁର ପୋଲିସ,ସୁନା ଅଳଙ୍କାର ସହ ଟଙ୍କା ଜବତ

ଗିରଫଙ୍କ ମଧ୍ୟରେ ଚମାଖଣ୍ଡି ଥାନା ଅନ୍ତର୍ଗତ ନଗରଢିହ ଗ୍ରାମର ଜଣେ ଏବଂ ଟାଙ୍ଗଣାପଲ୍ଲୀ ଅଞ୍ଚଳର ପାଞ୍ଚ ଜଣ ରହିଥିବା ବେଳେ ସମସ୍ତେ ଏରଗୁଲା ଗୋଷ୍ଠୀର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ଦିନ ବେଳା ବିଭିନ୍ନ ସ୍ଥାନ ଗିରଫ ଅଭିଯୁକ୍ତ ମାନେ ଟାର୍ଗେଟ କରି ରାତ୍ର ସମୟରେ ଘରେ ପଶି ଡକାୟତ କରୁଥିବା ଜଣାଯାଇଛି l ଏପରିକି ଗିରଫ ସୁନାର ଓଜନ ୯୮.୭୪୦ ମିଲିଗ୍ରାମ ହେବ ବୋଲି କୁହାଯାଇଛି । ମୋଟ ସାତଟି ମାମଲାରେ ସଂପୃକ୍ତ ରହିଥିବା ବେଳେ ସେମାନଙ୍କ ନିକଟରୁ ଚୋରିରେ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details