ଓଡିଶା

odisha

ETV Bharat / city

ଗଞ୍ଜାମର ୨୩୩ଟି ଉଚ୍ଚ ବିଦ୍ୟାଳୟର ହେବ ରୂପାନ୍ତରଣ - berhampur news

ଗଞ୍ଜାମ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ । ଭିସି ଯୋଗେ ଜିଲ୍ଲାପାଳଙ୍କ ସହ ବିଭାଗୀୟ ଅଧିକାରୀଙ୍କ ସହ କଥା ହେଲେ ୫‘ଟି’ ସଚିବ । ଅଧିକ ପଢନ୍ତୁ...

ଗଞ୍ଜାମର ୨୩୩ଟି ଉଚ୍ଚ ବିଦ୍ୟାଳୟର ହେବ ରୂପାନ୍ତରିତ
ଗଞ୍ଜାମର ୨୩୩ଟି ଉଚ୍ଚ ବିଦ୍ୟାଳୟର ହେବ ରୂପାନ୍ତରିତ

By

Published : Nov 5, 2021, 7:01 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ହାତକୁ ନେଇଛି ୫‘ଟି’ । ଏହି କାର୍ଯ୍ୟକ୍ରମ ଯେପରି ସୂଚାର ରୂପେ ହେବ ସେନେଇ ୫‘ଟି’ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନଫରେନ୍ସ ଜରିଆରେ ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି ବେଲଗୁଣ୍ଠା, ଦିଗପହଣ୍ଡି, ଭଞ୍ଜନଗର, ପୁରୁଷୋତ୍ତମପୁର, କୁକୁଡାଖଣ୍ଡି, ଆସ୍କା, ଖଲ୍ଲିକୋଟ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଥିବା ବିଦ୍ୟାଳୟ କମିଟିର ସଭାପତି, ଆଲୁମିନା, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ୫‘ଟି’ ସଚିବ । ଏହି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ସରକାରୀ କାର୍ଯ୍ୟ ଭାବେ ଗ୍ରହଣ ନ କରି ଏହାକୁ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ସେ ଆହ୍ବାନ ଦେଇଥିଲେ । ଭବିଷ୍ୟତ ପିଢିଙ୍କ ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ । ବିଦ୍ୟାଳୟର ରୂପାନ୍ତର ପରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲା ମାନଙ୍କର ଯାହା ସ୍ବପ୍ନ ରହିଛି ତାହା ସାକାର ହେବ । ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପାଠ ପଢିବା, ବାପା ମାଆଙ୍କ ସୁନାମ ଆଣିବା ନିଶ୍ଚିତ ରୂପେ ସଫଳ ହୋଇ ପାରିବ ।

କୋରୋନା ସମୟରେ ଦେଶର ଅର୍ଥନୀତି ଭୁଷୁଡି ଯାଇଛି । ସେହି ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ସକାଶେ ଅନୁଦାନ ପ୍ରଦାନ କରିଛନ୍ତି । ତେଣୁ ଏହାର ଗୁରୁତ୍ଵ ଏବଂ ଅର୍ଥର ସୁବିନିଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଏହା ଦ୍ୱିତୀୟ ପର୍ଯ୍ୟାୟରେ କରାଯାଉଥିବା ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଗାମୀ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବୈଠକରେ ଉପସ୍ଥିତ ରହିଥିଲେ । ସେ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ସର୍ବ ପ୍ରଥମେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ୫୦ ଗୋଟି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮୩ ଗୋଟି ବିଦ୍ୟାଳୟ ଏବଂ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ ଗୋଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହେବାକୁ ଯାଉଛି । ଏହି ରୂପାନ୍ତରୀତ କାର୍ଯ୍ୟ ସମାପନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଛାତ୍ରଛାତ୍ରୀଙ୍କ ଯେଉଁ ସ୍ବପ୍ନ ରହିଛି ସେମାନେ ବଡ ହେଲେ କଣ ହେବେ ? ତାହା ଯେପରି ପୂରଣ ହେବ । ସେନେଇ କ୍ୟାରିଅର୍ କାଉନସେଲିଂ କରାଯାଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦେଖାଇବାରେ ସହଯୋଗ ହେବ । ଆସନ୍ତାକାଲି ଜିଲ୍ଲାର ପୋଲସରା, ଚିକିଟି, ଜଗନ୍ନାଥ ପ୍ରସାଦ, ପାତ୍ରପୁର, ଛତ୍ରପୁର, ବେଗୁନିଆପଡା, ବୁଗୁଡା, କବିସୂର୍ଯ୍ୟନଗର, ସୋରଡା ଏବଂ ଗଞ୍ଜାମ ଭଳି ୧୦ ଗୋଟି ବ୍ଲକର ବ୍ୟକ୍ତି ବିଶେଷଙ୍କ ସହିତ ୫‘ଟି’ ସଚିବ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details