ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳ ଗସ୍ତ କରି ବିଭିନ୍ନ ବିଦ୍ୟାଳୟର ସ୍ମାର୍ଟକ୍ଲାସ ଓ ଉନ୍ନୟନମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ୫ଟି ସଟିବ ଭିକେ ପାଣ୍ଡିୟାନ । ରବିବାର ଅପରାହ୍ନ ରୁ ୫ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିୟାନ୍ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ।
ଉଦଘାଟନ ହେବାକୁ ଯାଉଥିବା ହିଞ୍ଜିଳି ବ୍ଲକର ଭାବନ୍ଧ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମର ଉଚ୍ଚ ବିଦ୍ୟାଳୟର ସରକାରଙ୍କ ପକ୍ଷରୁ ନୂତନ ପଦକ୍ଷେପ ଭାବରେ ଆରମ୍ଭ ହେଉଥିବା ସ୍ମାର୍ଟକ୍ଲାସ ସହିତ ଡିଜିଟାଲ ଲାଇବ୍ରେରୀ ଭଳି କାର୍ଯ୍ୟ ସମୀକ୍ଷା କରିବା ସହ ବିଭିନ୍ନ ବିଦ୍ୟାଳୟରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା ମଧ୍ୟ କିରଥିଲେ । ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଶିକ୍ଷାଦାନ ବ୍ୟବସ୍ଥାରେ ବିଦ୍ୟାର୍ଥୀ ମାନେ କେତେ ଖୁସି ସେ ନେଇ ମତାମତ ନେଇଥିଲେ ୫ଟି ସଚିବ ।