ଓଡିଶା

odisha

ETV Bharat / city

ମା ଓ ମମତାର ସଲିଳ ସମାଧି

ବୁଡି ଯାଉଥିବା 2 ଛୁଆଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ 2 ମହିଳା । ଅକାରଣରେ ଚାଲିଗଲା 2 ପରିବାରର 4 ଜୀବନ ।

By

Published : May 14, 2019, 1:49 PM IST

Updated : May 14, 2019, 2:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବାହୁଦା ନଦୀରେ ଭାଷିଯାଇ 2 ପରିବାରର 4 ମୃତ । ମୃତକମାନେ ହେଲେ ଆନ୍ଧ୍ର-ଓଡିଶା ସୀମାନ୍ତ ବି ନୂଆଗାଁ ନିକଟସ୍ଥ ଭିଲିଙ୍ଗି ଗ୍ରାମରେ ଡିଲେଶ୍ୱରୀ, ତାଙ୍କ ଝିଅ ଗାୟତ୍ରୀ, କମଳାମା ଏବଂ କମଳାମାଙ୍କ ଝିଆ ଗୀତାଞ୍ଜଳୀ । ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ସ୍ଥାନୀୟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଘଟିଛି ଏହି ଘଟଣା । ଭିଲିଙ୍ଗି ଗାଁର ସୀତାରାମଙ୍କ ପତ୍ନୀ ଡିଲେଶ୍ୱରୀ, ଝିଅ ଗାୟତ୍ରୀ ଏବଂ ରାଧାଶ୍ୟାମଙ୍କ ପତ୍ନୀ କମଳାମା ଓ ଝିଅ ଗିତାଞ୍ଜଳୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଡିଲେଶ୍ୱରୀ ଓ କମଳାମା ନଦୀ ପଠାରେ ଲୁଗା ସଫା କରୁଥିବା ବେଳେ ତାଙ୍କର ଦୁଇ ଝିଅ ପାଣିରେ ବୁଡି ଯାଇଥିଲେ । ନିଜ ଝିଅଙ୍କ ବଞ୍ଚାଇବାକୁ ଯାଇ ଡିଲେଶ୍ୱରୀ ଓ କମଳାମା ମଧ୍ୟ ବୁଡି ଯାଇଥିଲେ ।

ଦୂରରୁ ଥିବା କିଛି ଗ୍ରାମବାସୀ ଜାଣିପାରି ସେମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ସେତେବେଳକୁ ଡିଲେଶ୍ୱରୀ ,କମଳାମା ଓ ଗିତାଞ୍ଜଳୀଙ୍କ ମୃତ୍ୟୁ ହୋଇଯାଇଥିଲା । ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଇଚ୍ଛାପୁର ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଇଛାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 14, 2019, 2:16 PM IST

For All Latest Updates

ABOUT THE AUTHOR

...view details