ଓଡିଶା

odisha

By

Published : Jun 2, 2021, 3:29 PM IST

ETV Bharat / city

ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ, 5 ଜୁଆଡି ଗିରଫ

ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ, 5 ଜୁଆଡି ଗିରଫ
ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ, 5 ଜୁଆଡି ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ବ୍ରଜ ନଗର ଅଞ୍ଚଳର ମୁଖ୍ୟ ରାସ୍ତାରେ ଜୁଆଖେଳ ଚାଲିଥିବା ଖବର ପାଇ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଏହି ଚଢ଼ାଉ କରିଥିଲେ ।

ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ, 5 ଜୁଆଡି ଗିରଫ
ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ, 5 ଜୁଆଡି ଗିରଫ

ପୋଲିସ ଚଢ଼ାଉ ସମୟରେ ପାଞ୍ଚ ଜଣଙ୍କୁ ଗିରଫ କରାଯିବା ସହିତ ମୋଟ ୨୨ ହଜାର ଆଠ ଶହ ଟଙ୍କା ସହ ପାଞ୍ଚଟି ମୋବାଇଲ ଏବଂ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା କୁହାଯାଇଛି । ଗତ କିଛି ଦିନ ମଧ୍ୟରେ ସଦରଥାନା ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଜୁଆ ଆଡ୍ଡା ଗୁଡିକ ଉପରେ ଅଧିକ ନଜର ରଖାଯାଉଥିବା ଦେଖାଯାଇଛି ।

ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ, 5 ଜୁଆଡି ଗିରଫ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details