ବ୍ରହ୍ମପୁର:ଅଜଣା ଗାଡି ଧକ୍କାରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମ ନିକଟସ୍ଥ ହାରିଣୀନାଳ ଅଞ୍ଚଳରେ । ସୂଚନାନୁସାରେ ଆଜି (ଶୁକ୍ରବାର) ସ୍ନାନ ପାଇଁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଛି । ତେବେ ମୃତ ଦୁଇ ମହିଳା ହେଲେ ଗୋକର୍ଣ୍ଣପୁର ଗ୍ରାମର ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର ବୋଲି ଜଣାପଡିଛି ।
କିଛି ସମୟ ପରେ ଏହି ଘଟଣା ପ୍ରଘଟ ହେବା ପରେ ପରେ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ ସମେତ ଗ୍ରାମବାସୀ ଓ ପରିବାର ଲୋକେ ଦୁର୍ଘଟଣା ସ୍ଥାନକୁ ଯାଇ ଦେଖିବା ବେଳେ ଦୁଇ ମହିଳାଙ୍କ ମୃତଦେହ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ରାସ୍ତାରେ ଟାୟାର ଜାଳି ୩ ଘଣ୍ଟା ରାସ୍ତାରୋକ କରିଥିଲେ । l ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ମାନେ ରାସ୍ତାରେ ଟାୟାର ଜାଳି ଦିଗପହଣ୍ଡି - ବ୍ରହ୍ମପୁର ରାସ୍ତା ଅବରୋଧ କରିଥିବା ଜଣାପଡିଛି ।