ଓଡିଶା

odisha

ETV Bharat / city

ଚା’ ଦୋକାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଦୁଇ ଦିବ୍ୟାଙ୍ଗ ଭଉଣୀ - ମହିଳା ଓ ସଶକ୍ତିକରଣ ବିଭାଗ ଓଡିଶା ସରକାର

ସସପେନରେ ବସିଛି ଚା’, ହସ ହସ ମୁଁହରେ ଚା କରୁଛନ୍ତି ଦୁଇ ଭଉଣୀ । ଅନ୍ୟ ଉପରେ ନିର୍ଭର ନକରି ନିଜ ଗୋଡରେ ସଂସାର ଗାଡି ଟାଣିବାକୁ ପଣ କରିଥିବା ଏହି ଦୁଇ ଜଣ ହେଉଛନ୍ତି ଦିବ୍ୟାଙ୍ଗ ଭଉଣୀ । ଉଚ୍ଚତା କମ ହେଲେ ବି ଆତ୍ମନିର୍ଭରଶୀଳ ହେବା ପାଇଁ ସୁଉଚ୍ଚ ବିଚାର ଯୋଗୁଁ ଦୁହେଁ ପାଲଟିଛନ୍ତି ଉଦାହରଣ । ଦେଖନ୍ତୁ ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ସ୍ବତନ୍ତ୍ର ରିପୋର୍ଟ...

Two Dibyang sisters  running a tea shop in baripada
ଚା ଦୋକାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଦୁଇ ଦିବ୍ୟାଙ୍ଗ ଭଉଣୀ

By

Published : Jan 9, 2021, 8:02 PM IST

ବାରିପଦା:ସସପେନରେ ବସିଛି ଚା’, ହସ ହସ ମୁଁହରେ ଚା କରୁଛନ୍ତି ଦୁଇ ଭଉଣୀ । ଆଉ ହାଲକା ଫୁଲକା ମୁଡରେ ଚା’ ପିଉଛନ୍ତି ଲୋକେ । ଏ ଦୃଶ୍ୟ ଦେଖିବାକୁ ସାଧାରଣ ଲାଗୁଥିଲେ ବି ସ୍ବତନ୍ତ୍ର ଏବଂ ସ୍ବାବଲମ୍ବୀର ପ୍ରତୀକ । ଅନ୍ୟ ଉପରେ ନିର୍ଭର ନକରି ନିଜ ଗୋଡରେ ସଂସାର ଗାଡି ଟାଣିବାକୁ ପଣ କରିଥିବା ଏହି ଦୁଇ ଜଣ ହେଉଛନ୍ତି ଦିବ୍ୟାଙ୍ଗ ଭଉଣୀ । ଉଚ୍ଚତା କମ ହେଲେ ବି ଆତ୍ମନିର୍ଭରଶୀଳ ହେବା ପାଇଁ ସୁଉଚ୍ଚ ବିଚାର ଯୋଗୁଁ ଦୁହେଁ ପାଲଟିଛନ୍ତି ଉଦାହରଣ ।

ଚା ଦୋକାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଦୁଇ ଦିବ୍ୟାଙ୍ଗ ଭଉଣୀ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ମୁଖ୍ୟ ମାର୍କେଟରେ ଗତ ୪ ମାସ ହେବ ଦୁଇ ଦିବ୍ୟାଙ୍ଗ ଭଉଣୀ କରିଛନ୍ତି ଚା ଦୋକାନ। ସହର ବାସିନ୍ଦା ରାଧାଗୋବିନ୍ଦ ସାହୁ ଙ୍କ ଦୁଇ ଝିଅ ସୁଜାତା ଆଉ ନିଳିମା । ଘରେ ବସିଥିବା ଦୁଇ ଭଉଣୀ, ନିଜେ କିଛି କରିବା ପାଇଁ ଆରମ୍ଭ କରିଥିଲେ ଉଦ୍ୟମ । ପ୍ରଥମେ ଏକ ବିସ୍କୁଟ ଦୋକାନ କରିଥିଲେ ଏହାପରେ ସେମାନେ ଚା ଦୋକାନ କରିଛନ୍ତି । ସେମାନେ ନିଜ ଖର୍ଚ୍ଚ ବହନ କରିବା ସହ ପରିବାର ପ୍ରତିପୋଷଣ ମଧ୍ୟ କରୁଛନ୍ତି। ଦୁଇ ଭଉଣୀ ଦିବ୍ୟାଙ୍ଗ ହେଲେ ମଧ୍ୟ ଗ୍ରାହକଙ୍କୁ ଆଚରଣ ଆଉ ବ୍ୟବହାରରେ ବାନ୍ଧି ରଖିଛନ୍ତି । ତେବେ ଦୁଇ ଦିବ୍ୟାଙ୍ଗ ଭଉଣୀ ନିଜ କର୍ମ ପ୍ରତି ଯେତିକି ଯତ୍ନବାନ ସେତିକି ସଚେତନ ମଧ୍ୟ।

ଦୁଇ ଝିଅଙ୍କ ଏ ଭଳି ଉଦ୍ୟମକୁ ବାପା ପ୍ରସଂଶା କରିଥିବା ବେଳେ ଝିଅଙ୍କୁ ଚା’ ଦୋକାନରେ ସାହାଯ୍ୟ ବି କରନ୍ତି । ତେବେ ଦୁଇ ଦିବ୍ୟାଙ୍ଗ ଭଉଣୀ ନିଜ କର୍ମ ପ୍ରତି ଯେତିକି ଯତ୍ନବାନ ଚା’ ଦୋକାନକୁ ଆସୁଥିବା ଗ୍ରାହକମାନଙ୍କ ପାଇଁ ଆଚାର, ବ୍ୟବହାରରେ ସେତିକି ଉନ୍ନତ। ଦୁଇ ଭଉଣୀ ଉଚ୍ଚତାରେ କମ ହେଲେବି କୌଣସି ଗୁଣରେ ସେମାନେ କମ ନୁହନ୍ତି । କର୍ମ କରିବାରେ ଯଦିଓ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଦୁଇ ଭଉଣୀ ଭାଙ୍ଗି ନ ପଡି ଆଗକୁ ବଢିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଚା ଦୋକାନକୁ ଆସୁଥିବା ଗ୍ରାହକ ମାନେ ମଧ୍ୟ ଚା କପେ ପିଇ ଖୁସିରେ ଦୁଇ ଭଉଣୀଙ୍କୁ ଅଜାଡି ଦେଉଛନ୍ତି ଆଶୀର୍ବାଦ । ବାପା ଦୁଇ ଝିଅଙ୍କ କର୍ମକୁ ନେଇ ଗର୍ବ କରୁଥିବା ବେଳେ ବହୁ ସମୟରେ ଦୁଇ ଝିଅଙ୍କୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

ଦୁଇ ଦିବ୍ୟାଙ୍କ ଝିଅକୁ ସରକାରୀ ସ୍ତରରେ କେବଳ ଭତ୍ତା ମିଳୁଥିବା ବେଳେ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ଏବେ ବି ବଞ୍ଚିତ । ସରକାର ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ଏମାନଙ୍କ ପାଖରେ ଅପହଞ୍ଚ । ସରକାରୀ ସ୍ତରରେ ଏଇ ଦୁଇ ଭଉଣୀଙ୍କୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details