ଓଡିଶା

odisha

ETV Bharat / city

ପଞ୍ଜାବରେ ଚମକିଲେ ମୟୂରଭଞ୍ଜ ଝିଅ, ଜାତୀୟ ଭାରତ୍ତୋଳନରେ ଜିତିଲେ ୩ ପଦକ - ପଞ୍ଜାବରେ ଚମକିଲେ ଓଡିଆ ଝିଅ

ପଞ୍ଜାବରେ ଚାଲିଥିବା ଜାତୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଚମକିଛନ୍ତି ମୟୂରଭଞ୍ଜ ଝିଅ ସ୍ନେହା ସୋରେନ । ସ୍ବର୍ଣ୍ଣ ପଦକ ସହିତ ତିନୋଟି ପଦକ ଜିତିଛନ୍ତି ସ୍ନେହା । ଅଧିକ ପଢନ୍ତୁ...

ପଞ୍ଜାବରେ ଚମକିଲେ ମୟୂରଭଞ୍ଜ ଝିଅ ସ୍ନେହା
ପଞ୍ଜାବରେ ଚମକିଲେ ମୟୂରଭଞ୍ଜ ଝିଅ ସ୍ନେହା

By

Published : Aug 13, 2021, 8:56 AM IST

Updated : Aug 13, 2021, 9:47 AM IST

ବାରିପଦା:ପଞ୍ଜାବ ପଟିଆଲାରେ ଓଡିଆ ଝିଅ ସ୍ନେହା ସୋରେନଙ୍କ କମାଲ । ପଞ୍ଜାବରେ ଚାଲିଥିବା ଜାତୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଚମକିଛନ୍ତି ମୟୂରଭଞ୍ଜ ଝିଅ ସ୍ନେହା ସୋରେନ । ସ୍ବର୍ଣ୍ଣ ପଦକ ସହିତ ତିନୋଟି ପଦକ ଜିତିଛନ୍ତି ସ୍ନେହା ।

ପଞ୍ଜାବରେ ଚମକିଲେ ମୟୂରଭଞ୍ଜ ଝିଅ ସ୍ନେହା

ଅଗଷ୍ଟ ୯ରୁ ୧୨ ତାରଖ ପର୍ଯ୍ୟନ୍ତ ଚାଲିଥିବା ଜାତୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଦାନ୍ତିଆମୁହାଁ ଗ୍ରାମପଞ୍ଚାୟତର ଶିଖରଘାଟି ଗ୍ରାମର ସ୍ନେହା ସୋରେନ । ସ୍ନେହା ସର୍ବାଧିକ ତିନୋଟି ପଦକ ହାସଲ କରିଛନ୍ତି । 55କେଜି ବର୍ଗ, 75କେଜି ସ୍ନାଚ ଏବଂ 100କେଜି ଜର୍କ ଏହିପରି ମୋଟ 175କେଜି ଭାରୋତ୍ତୋଳନ କରି ବାଳିକା ବିଭାଗରେ ସର୍ବଶ୍ରେଷ୍ଠ ବିବେଚିତ ହେବା ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସ୍ନେହା ।

ସ୍ନେହା ଆନ୍ତଃରାଜ୍ୟରେ ରୌପ୍ୟ ଏବଂ ବରିଷ୍ଠ ବର୍ଗରେ କାଂସ୍ୟ ଏହିପରି ତିନୋଟି ପଦକ ଜିତି ଓଡିଶା ତଥା ମୟୂରଭଞ୍ଜ ପାଇଁ ଗୌରବ ଆଣିଛନ୍ତି । ସେ ବେତନଟୀ ଥାନା ଲଙ୍ଗଳକତା ସ୍ଥିତ ଶକ୍ତିମାନ ଜିମନାସିୟମରେ କୋଚ ପରେଶ ମହାନ୍ତଙ୍କ ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣରେ ଅଭ୍ୟାସ ଜାରି ରଖିଥିଲେ l ସ୍ନେହାଙ୍କ ଏହି ସଫଳତା ପରେ ତାଙ୍କ ଗାଁ ଶିଖରଘାଟି ଏବଂ ଶକ୍ତିମାନ ଜିମନାସିୟମରେ ଖୁସିର ଲହରୀ ଖେଳି ଯାଇଛି l କୋଚ ପରେଶ ମହାନ୍ତ ଏବଂ ସ୍ନେହାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Aug 13, 2021, 9:47 AM IST

ABOUT THE AUTHOR

...view details