ଓଡିଶା

odisha

By

Published : Apr 29, 2019, 3:07 PM IST

ETV Bharat / city

ଇଭିଏମ ଜାଲିଆତି ଅଭିଯୋଗ, ତାତିଲେ ଲୋକେ

ଜଳେଶ୍ବର ନିର୍ବାଚନ ମଣ୍ଡଳୀର ଗୋପୀମୋହନ ପୁର ପଞ୍ଚାୟତ 135 ନମ୍ବର ବୁଥରେ ଇଭିଏମ୍ ଟାମ୍ପେରିଙ୍ଗ ହୋଇଥିବା ଅଭିଯୋଗ । ଯେଉଁ କାରଣରୁ ଘଟଣା ସ୍ଥଳରେ ବୃଦ୍ଧି ପାଇଛି ଉତ୍ତେଜନା ୲

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜଳେଶ୍ବର ନିର୍ବାଚନ ମଣ୍ଡଳୀର ଗୋପୀମୋହନ ପୁର ପଞ୍ଚାୟତ ସ୍ଥିତ 135 ନମ୍ବର ବୁଥରେ ଇଭିଏମ୍ ଟାମ୍ପେରିଙ୍ଗ ହୋଇଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ ଘଟଣା ସ୍ଥଳରେ ବୃଦ୍ଧି ପାଇଛି ଉତ୍ତେଜନା ୲

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ସକାଳ 7ଟା ସମୟରେ ମକ ପୋଲିଂ ବେଳେ ଯେକୌଣସି ବଟନ ଟିପିଲେ ଭୋଟ ସେହି ଚିହ୍ନ ପରିବର୍ତ୍ତେ ଅନ୍ୟ ଚିହ୍ନକୁ ଯାଇଥିଲା। ଏହା ପରେ ଉକ୍ତ ଇଭିଏମକୁ ପରିବର୍ତ୍ତନ କରାଯାଇଥିଲା । ମାତ୍ର ଦ୍ଵିତୀୟ ଇଭିଏମରେ ମଧ୍ୟ ସମାନ ତ୍ରୁଟି ନଜର ଆସିଥିଲା । ଯାହାକୁ ନେଇ ଭୋଟ ଗ୍ରହଣ କେନ୍ଦ୍ରରେ ବୃଦ୍ଧି ପାଇଥିଲା ଉତ୍ତେଜନା ।

ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଓ ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀମାନେ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନର ଏହି କେନ୍ଦ୍ରରେ ଭୋଟ ଦାନ ସମୟରେ ଉତ୍ତଜନା ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଜଳେଶ୍ବର ଥାନା ଅଧିକାରୀଙ୍କ ସହିତ ବହୁ ପୋଲିସ ମୁତୟନ ହୋଇଛନ୍ତି ୲ ତେବେ ବର୍ତ୍ତମାନ ସୁଦ୍ଧା ମତଦାନ ଆରମ୍ଭ ହୋଇ ନଥିବାରୁ ଉତ୍ତେଜନା ଲାଗିରହିଛି ।

ସେହିପରି ବାଲେଶ୍ୱର ମାନସିଂ ବଜାର ବୁଥରେ ମଧ୍ୟ ଭିଭିପାର୍ଟ ଖରାପ କାରଣରୁ ସ୍ଥାନୀୟ ଲୋକେ ପ୍ରିଜାଇଡିଂ ଅଫିସରଙ୍କୁ ଘେରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details