ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ । ଆସନ୍ତାକାଲି(ଗୁରୁବାର) ବାରିପଦାର ୨୮ ଟି ଓ୍ୱାର୍ଡର ୮୨ ହଜାର ୨୨୨ ମତଦାତା ମତଦାନ କରିବେ । ଗତକାଲି (ମଙ୍ଗଳବାର) ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ ।
ଆସନ୍ତାକାଲି ସକାଳ ୮ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାରିପଦାର ୨୮ଟି ଓ୍ୱାର୍ଡର ୮୨ହଜାର ୨୨୨ ମତଦାତା ମତଦାନ କରିବେ । ଏହି ୨୮ ଓ୍ୱାର୍ଡରେ ୮୨ ଟି ବୁଥ ପାଇଁ ଇ.ଭି.ଏମ. ସହିତ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ବାରିପଦା କଲେଜକୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗରୁମ ଭାବରେ ବ୍ୟବହାର କରୁଛି ପ୍ରଶାସନ । ଆଜି ୮ ଟି କାଉଣ୍ଟରରୁ ଏହି ୮୨ଟି ବୁଥ ପାଇଁ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରମାନେ ଇଭିଏମ ସହିତ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ କରି ନିଜ ନିଜ ବୁଥରେ ପହଞ୍ଚିଛନ୍ତି ।