ଓଡିଶା

odisha

ETV Bharat / city

ଚଳଚଞ୍ଚଳ ରାଇରଙ୍ଗପୁର, ଧୁମ୍ ଧାମରେ ଚାଲିଛି ବାହୁଡା ଯାତ୍ରା

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବଡଦାଣ୍ଡ ଭକ୍ତି ଭାବରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସମାଗମରେ ବେଶ୍ ଉତ୍ସବ ମୁଖର ।

By

Published : Jul 12, 2019, 4:37 PM IST

Updated : Jul 12, 2019, 5:09 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ଆଜି ବାହୁଡିବେ ଦାରୁବ୍ରହ୍ମ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ଆସି ଆଷାଢ଼ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଫେରି ଯାଉଛନ୍ତି । ଏନେଇ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ବଡଦାଣ୍ଡ ଭକ୍ତି ଭାବରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସମାଗମରେ ବେଶ୍ ଉତ୍ସବ ମୁଖର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପବିତ୍ର ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ପ୍ରାତଃ କାଳୀନ ମଙ୍ଗଳ ଆଳତୀ ପରେ ଦ୍ବାରପାଳ ପୂଜା ରୋଷହୋମ ସୂର୍ଯ୍ୟପୂଜା ଇତ୍ୟାଦି ନୀତିକାନ୍ତି ନୀତି ନିର୍ଘଣ୍ଟ ସମାପନ ପରେ ଦିନ ୧୦.୩୦ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଘଣ୍ଟ, ଶଙ୍ଖ, ହୁଳହୁଳି, ହରିବୋଲ ନାଦରେ ଗୋଟି ପହଣ୍ଡିରେ ବିଜେ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥିଲା । ପ୍ରଭୁଙ୍କ ଗୋଟି ପହଣ୍ଡି ଦେଖିବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଆଗ୍ରହ ଉତ୍କଣ୍ଠା ଭାବାବେଗ ପରିଲକ୍ଷିତ ହୋଇଥିଲା ।

ଭକ୍ତିଭାବର ଭକ୍ତି ଭାବାବେଶର ଭକ୍ତି ଆବେଗର ଏ ଯେଉଁ ଅପୂର୍ବ ଆନ୍ଦୋଳନ ଦେଖାଦେଇଛି ଯେମିତିକି ଭକ୍ତ ମାନଙ୍କଠାରେ ଭଗବାନ ବିରାଜମାନ ହୋଇଛନ୍ତି । ଏପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାଇରଙ୍ଗପୁର ରଥଯାତ୍ରା କମିଟି ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Jul 12, 2019, 5:09 PM IST

For All Latest Updates

ABOUT THE AUTHOR

...view details