ଓଡିଶା

odisha

ETV Bharat / city

ଯୁବକଙ୍କ ବଦାନ୍ୟତା: ଜାତୀୟ ରାଜପଥରେ ପ୍ରବାସୀଙ୍କୁ ଯୋଗାଉଛନ୍ତି ଆହାର

ପ୍ରବାସୀଙ୍କ ଦୁଃଖର ସାଥୀ ହେଲେ ବାଲେଶ୍ବରର ଯୁବକ । ଜାତୀୟ ରାଜପଥରେ ପ୍ରବାସୀଙ୍କୁ ଯୋଗାଉଛନ୍ତି ଆହାର । ଅଧିକ ପଢନ୍ତୁ...

ଯୁବକଙ୍କ ବଦ୍ୟନତା
ଯୁବକଙ୍କ ବଦ୍ୟନତା

By

Published : Jun 20, 2020, 2:38 PM IST

ବାଲେଶ୍ବର: ଦେଶରେ କୋରୋନା ମହାମାରୀ ଯୋଗୁଁ ପ୍ରବାସୀ ଘର ବାହୁଡା କରୁଛନ୍ତି । କିଏ ଚାଲିଚାଲି ତ କିଏ ବାଇକ, ସାଇକେଲ ଟ୍ରକ ଯୋଗେ ମାଇଲ ମାଇଲ ବାଟ ଅତିକ୍ରମ କରୁଛନ୍ତି । ଭୋକ ଉପାସରେ ଅହରହ ପାଦ ବଢାଇ ଚାଲିଛନ୍ତି ପ୍ରବାସୀ ଶ୍ରମିକ । ଏପରି ସ୍ଥିତିରେ କିଛି ଯୁବକ ପ୍ରବାସୀମାନଙ୍କ ଦୁଃଖ ଲାଘବ କରୁଛନ୍ତି ।

ବାଲେଶ୍ବର ଜାତୀୟ ରାଜପଥରେ ପ୍ରବାସୀଙ୍କ ଭୋକ ମେଣ୍ଟାଉଛନ୍ତି କେତେ ଜଣ ସାଙ୍ଗ

ଲକଡାଉନ ବେଳେ ଆବଶ୍ୟକତା ବା ଭୋକିଲା ଥିବା ଲୋକମାନଙ୍କୁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ସାଙ୍ଗ ପିଲା । ମେ 8 ତାରିଖରୁ ବାଲେଶ୍ବର ଜାତୀୟ ରାଜପଥରେ ଶ୍ରମିକମାନଙ୍କ ସାହାଯ୍ୟ ଓ ସହଯୋଗ କରିବାରେ ଲାଗିଛନ୍ତି ଏମାନେ ।

ଶ୍ରମିକମାନଙ୍କୁ ଖରାରେ ଛତା, ପାଣି, ଖାଦ୍ୟ ଯୋଗାଇବା ସହ ପୋଲିସ ସହାୟତାରେ ସେମାନଙ୍କୁ ଘରେ ଛାଡିବାର ବନ୍ଦୋବସ୍ତ କରାଉଛନ୍ତି । ବଡ କଥା ହେଉଛି ଏଏମାନେ ନିଜସ୍ୱ ଖର୍ଚ୍ଚରେ ଶ୍ରମିକମାନଙ୍କ ପେଟର ଆହାର ମୁଠାଏ ଦେଉଛନ୍ତି । ଯେଉଁ ଶ୍ରମିକ ଦେଶ ନିର୍ମାଣରେ ମୁଖ୍ୟ ଭୂମିକା ନେଇଥାଏ ସେମାନଙ୍କୁ ଏମାନେ ଦେଇଛନ୍ତି ସୁରକ୍ଷା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details