ଓଡିଶା

odisha

ETV Bharat / city

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଅକାଳରେ ଗଲା ଯୁବକଙ୍କ ଜୀବନ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଧାନ ବିଲରେ କାର୍ଯ୍ୟ କରୁଥିବାବେଳେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

By

Published : Aug 7, 2021, 10:24 PM IST

ବାଲେଶ୍ବର: ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ବିଭାଗୀୟ ଅବହେଳା ପାଇଁ ଯୁବକଙ୍କ ପ୍ରାଣହାନି ହୋଇଥିବା ଅଭିଯୋଗରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ସୂଚନାନୁସାରେ ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ରସଲପୁର ଗ୍ରାମର ଗଣେଶ ଜେନା ବିଲକୁ ଧାନ ରୁଆ ପାଇଁ ଯାଇଥିବାବେଳେ ଘଟିଛି ଅଘଟଣ ।

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ସେପଟେ ତାଙ୍କ ବିଲ ଉପରେ ମାତ୍ର ୨ଫୁଟ ଉଚ୍ଚତାରେ ଓହଳି ରହିଛି ବିଦ୍ୟୁତ ତାର । ବିଲରେ ଧାନ ରୋଇବାକୁ ଯାଇଥିବା ସମୟରେ ଗଣେଶ ତାରକୁ ଉଠାଇବାକୁ ଯାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ବିଦ୍ୟୁତ ବିଭାଗ ନିମ୍ନମାନର କେବୁଲ ଟାଣି ଥିବାରୁ ଗଣେଶଙ୍କର ପ୍ରାଣ ହାନି ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ହେଲେ ବିଦ୍ୟୁତ ବିଭାଗର ଅବହେଳା ପାଇଁ ରୋଜଗାରିଆ ପୁଅକୁ ହରାଇଥିବା ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି ନେଇ ଖନ୍ତାପଡ଼ା ନିକଟରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଦୀର୍ଘ 4 ଘଣ୍ଟା ରାସ୍ତାରୋକ ପରେ ବିଭାଗୀୟ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ସୂଚନାରୁ ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details