ଓଡିଶା

odisha

ETV Bharat / city

ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସ୍ଥାନ ସଂରକ୍ଷଣ ଅଭିଯୋଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ବ୍ୟବସ୍ଥା ନେଇ ହୋଇଛି ଅଭିଯୋଗ । ଓବିସିଙ୍କ ପାଇଁ ପୂର୍ବକୁ ପାଇଁ ୨୭% ସଂରକ୍ଷଣ ଘୋଷଣା କରିଥିବାବେଳେ ତାଲିକାରେ ନଥିବାରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛି ଯାଦବ (ଗୋପାଳ) ମହାସଙ୍ଘ । ଅଧିକ ପଢନ୍ତୁ...

By

Published : Oct 16, 2021, 7:46 PM IST

ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସ୍ଥାନ ସଂରକ୍ଷଣ ଅଭିଯୋଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସ୍ଥାନ ସଂରକ୍ଷଣ ଅଭିଯୋଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ବର ଜିଲ୍ଲାରେ ଦିନକୁ ଦିନ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଛି । ତେବେ ନିର୍ବାଚନକୁ ନେଇ ପ୍ରକାଶ ପାଇଥିବା ସଂରକ୍ଷଣ ଓ ଅଣସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେ ସବୁ ପଞ୍ଚାୟତରେ ଭିନ୍ନ ମାହୋଲ ଦେଖିବାକୁ ମିଳୁଛି ।

ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସ୍ଥାନ ସଂରକ୍ଷଣ ଅଭିଯୋଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଆଉ ଏହି ତାଲିକା ବାବଦରେ ପଞ୍ଚାୟତର ଲୋକମାନେ ନିଜର ଅଭିଯୋଗ ଦାଖଲ କରିବାର ଆଜି ଥିଲା ଶେଷ ତାରିଖ । ଏନେଇ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆଜି ସାଧାରଣ ଲୋକ ତଥା ପ୍ରତିନିଧି ମାନେ ଜିଲ୍ଲାପାଳଙ୍କ ଠାରେ ନିଜର ଅଭିଯୋଗ ଦାଖଲ କରିଛନ୍ତି ।

ସେହିପରି ଜିଲ୍ଲା ଯାଦବ(ଗୋପାଳ) ମହାସଙ୍ଘ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଓବିସି ପାଇଁ ୨୭% ସଂରକ୍ଷଣ ଘୋଷଣା କରିଥିବା ବେଳେ ତାଲିକା ଅନୁସାରେ ଏହା ପୂର୍ଣ୍ଣ ରୂପରେ ପାଳନ କରାଯାଇ ନାହିଁ । ଏନେଇ ଏକ ଦାବି ପତ୍ର ଜରିଆରେ ଓବିସି ମାନଙ୍କୁ ଉପରୋକ୍ତ ୨୭ ଭାଗ ସ୍ଥାନ ସଂରକ୍ଷଣ ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ପୂର୍ଣ୍ଣ ପାଳନ ଓ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details