ବାଲେଶ୍ବର: କୋରୋନା ସତର୍କତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ 31 ତାରିଖ ଯାଏ ଡିଏଲ ଓ ଏଲଏଲ ଆବେଦନ ବନ୍ଦ ରଖିବା ପାଇଁ ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ହୋଇଛି। ନୂଆ ମୋଟର ଯାନ ଆଇନ ଲାଗୁ ହେବା ଓ ରାସ୍ତାରେ ଜୋରଦାର ଚେକିଂ ପାଇଁ ଲୋକମାନେ ବହୁଳ ମାତ୍ରାରେ ଆରଟିଓ କାର୍ଯ୍ୟାଳୟରେ ଭିଡ ଜମାଉଥିଲେ।
ଡିଏଲ ଆବେଦନ ବନ୍ଦ ପରେ କଣ ରହିଛି ବାଲେଶ୍ବର ଆରଟିଓ ସ୍ଥିତି, ଜାଣନ୍ତୁ... - ବାଲେଶ୍ବର ଆରଟିଓ ସ୍ଥିତି
କୋରୋନା ସତର୍କତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ 31 ତାରିଖ ଯାଏ ଡିଏଲ ଓ ଏଲଏଲ ଆବେଦନ ବନ୍ଦ ରଖିବା ପାଇଁ ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ହୋଇଛି। ତେବେ ଏନେଇ କଣ ରହିଛି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଜାଣନ୍ତୁ...
ଡିଏଲ ଆବେଦନ ବନ୍ଦ ପରେ କଣ ରହିଛି ବାଲେଶ୍ବର ଆରଟିଓ ସ୍ଥିତି, ଜାଣନ୍ତୁ...
ଉକ୍ତ ଭିଡକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ କୋରୋନା ଠାରୁ ଦୂରେଇ ରଖିବା ପାଇଁ ସରକାର ଏମିତି ପଦକ୍ଷେପ ନେଇଛନ୍ତି। ତେବେ ଏ ବିଷୟରେ ଆମେ ନେଇଥିଲୁ ସାଧାରଣ ଲୋକ ଓ ଆରଟିଓଙ୍କ ପ୍ରତିକ୍ରିୟା। ଲୋକଙ୍କ ମନରେ ଚେକିଂ ଭୟ ଥିବାବେଳେ ଚେକିଂ କୋହଳ କରିବା ପାଇଁ ଦାବି 31 ତାରିଖ ପରେ ଯାହା ନିର୍ଦ୍ଦେଶ ଆସିବ ତାହା ପାଳନ କରିବେ ବୋଲି ଆରଟିଓ କହିଛନ୍ତି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Mar 18, 2020, 1:52 PM IST