ଓଡିଶା

odisha

ETV Bharat / city

ସ୍ଥାନାନ୍ତର ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ ଓ ଏସପି

ବାତ୍ୟା ୟସର ମୁକାବିଲା ନେଇ ଲୋକମାନେ ନିଜ ଆଡୁ ସ୍ଥାନାନ୍ତର ପ୍ରକ୍ରିୟାରେ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ସ୍ଥାନାନ୍ତର ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ ଓ ଏସପି
ସ୍ଥାନାନ୍ତର ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ ଓ ଏସପି

By

Published : May 24, 2021, 5:12 PM IST

ବାଲେଶ୍ଵର: ବାତ୍ୟା ୟସର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଜନସାଧାରଣଙ୍କୁ ସରକାରୀ ନିର୍ଦ୍ଦେଶ ମାନିବାକୁ ଜିଲ୍ଲାପାଳ ଏବଂ ଏସପି ଅନୁରୋଧ କରିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗକୁ ତତ୍ପର ରହିବା ପାଇଁ ନିର୍ଦ୍ଦେଶ ହୋଇଛି । ସେହିପରି ଓଡ୍ରାଫ ଏଵଂ ଏନଡିଆରଏଫ ଟିମ ମଧ୍ୟ ସଜାଗ ରହିଛନ୍ତି ।

ସ୍ଥାନାନ୍ତର ପ୍ରକ୍ରିୟାରେ ଲୋକଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ ଓ ଏସପି

କଚ୍ଚା ଘରେ ଥିବା ଲୋକଙ୍କୁ ସନ୍ଧ୍ୟା ସୁଦ୍ଧା 140 ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଲୋକମାନେ ନିଜ ଆଡୁ ସ୍ଥାନାନ୍ତର ପ୍ରକ୍ରିୟାରେ ପ୍ରଶାସନକୁ ସହଯୋଗ ପାଇଁ ନିବେଦନ କରାଯାଇଛି ।

ପୋଲିସ ଓ ତହସିଲ କର୍ମଚାରୀମାନେ ମିଳିତ ଭାବେ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ଜଣାପଡିଛି । ସେହିପରି ବିପତ୍ତି ବେଳେ କଳାବଜାରୀ ରୋକିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବୀ ନେଇ ସୂଚନା ମିଳିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details