ଓଡିଶା

odisha

By

Published : Nov 26, 2020, 4:36 PM IST

ETV Bharat / city

ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ସହାୟତାର ହାତ ବଢାଇଲା ପ୍ରଶାସନ

ଦିବଙ୍ଗତ ସାମ୍ବାଦିକ ରତ୍ନାକର ବେହେରାଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ । ପଢନ୍ତୁ ଅଧିକ.....

ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନର ସହାୟତା
ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନର ସହାୟତା

ବାଲେଶ୍ବର: ନୀଳଗିରି ବ୍ଲକର ଦିବଙ୍ଗତ ସାମ୍ବାଦିକ ରତ୍ନାକର ବେହେରାଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସ୍ବର୍ଗତ ରତ୍ନାକର ବେହେରା ନୀଳିଗିରି ଅଞ୍ଚଳର ବେସ ଜଣାଶୁଣା ଓ ଲୋକପ୍ରୀୟ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଥିଲେ।

ଦିବଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନର ସହାୟତା

ଗତ ଅକ୍ଟୋବର ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦେହାନ୍ତ ପରେ ପରିବାର ଆର୍ଥିକ ଅନାଟନରେ ମଧ୍ୟରେ ଚାଲିଥିବା ବେଳେ ସ୍ବର୍ଗତ ବେହେରାଙ୍କ ସ୍ତ୍ରୀ ମାଳତୀ ଦେବୀ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ସ୍ବର୍ଗତ ସାମ୍ବାଦିକଙ୍କ ପରିବାରକୁ 15 ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁବ ଶିଘ୍ର ଅନ୍ୟାନ୍ୟ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details