ଓଡିଶା

odisha

ETV Bharat / city

କଲେଜ ଫି କମାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା - fakir mohan college

ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଫି ବୃ୍ଦ୍ଧିକୁ ନେଇ ଛାତ୍ର ଅଶାନ୍ତି । ଫି ହ୍ରାସ କରିବା ପାଇଁ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

କଲେଜ ଫି କମାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା
କଲେଜ ଫି କମାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣାକଲେଜ ଫି କମାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

By

Published : Oct 7, 2021, 8:54 PM IST

ବାଲେଶ୍ବର:ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର BA,B.ED ଓ BSC B.ED ଛାତ୍ରଛାତ୍ରୀ କଲେଜ ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। କୋରୋନା ମହାମାରୀ ସମୟରେ ଆର୍ଥିକ ସଙ୍କଟ ଜାରି ରହିଥିବାବେଳେ ଚଳିତବର୍ଷ ଧାର୍ଯ୍ୟ ହୋଇଥିବା କଲେଜ ଫି ଦେବାରେ ଅସମର୍ଥ ପ୍ରକାଶ କରି ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । କଲେଜ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ଫି ପରିମାଣ ହ୍ରାସ କରିଥିବା ଦାବି କରିଛନ୍ତି ଛାତ୍ରଛାତ୍ରୀ ।

କଲେଜ ଫି କମାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

କୋରୋନା କାଳରେ ଆର୍ଥିକ ଭାବେ ସମସ୍ତେ ପ୍ରଭାବିତ ହୋଇଛନ୍ତି । ଏପରି ସମୟରେ 2021-22 ବର୍ଷ ପାଇଁ କଲେଜ ଫି ବାବଦକୁ ଆନୁମାନିକ 42 ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ଦ୍ଧାରିତ ଦେୟକୁ 50 ପ୍ରତିଶତ କମାଇବା ଦାବିରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details