ଓଡିଶା

odisha

ETV Bharat / city

ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼, ନିର୍ବାଚନ ପାଇଁ ଅପହରଣ ସନ୍ଦେହ - ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼ ଘଟଣା

ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ବେଶ ସରଗରମ ହେବାକୁ ଲାଗିଲାଣି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ଢେର ଅଧିକ ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କୁ ଅପହରଣ କରାଯାଇଥିବା ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଛି । ଏହା ରାଜନୈତିକ ଛକାପଞ୍ଝା ଚାଲିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

s
ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼

By

Published : Jan 19, 2022, 10:45 AM IST

ବାଲେଶ୍ବର:ପଞ୍ଚାୟତ ନିର୍ବାଚନ ନେଇ ଉଷ୍ଣତା ବୃଦ୍ଧି ପାଇଲାଣି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ବେଶ ସରଗରମ ହେବାକୁ ଲାଗିଲାଣି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ଢେର ଅଧିକ ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କୁ ଅପହରଣ କରାଯାଇଥିବା ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଛି । ଏହା ରାଜନୈତିକ ଛକାପଞ୍ଝା ଚାଲିଥିବା ସନ୍ଦେହ କରାଯାଉଛି ।

ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼
ସୂଚନା ଅନୁସାରେ, ଗୋବିନ୍ଦପୁର ପଞ୍ଚାୟତର ଜଣେ ଆଦିବାସୀ ବିଧବା ମହିଳାଙ୍କୁ 17 ତାରିଖ ରାତିରେ ତିନିଜଣ ଯୁବକ ବୋଲେରୋ ଦ୍ୱାରା ଅପହରଣ କରିଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଅନ୍ୟ ଦଳ ତରଫରୁ ଖଇରା ଥାନାରେ ଅନ୍ୟ ଏକ ଅଭିଯୋଗ କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ, ପଞ୍ଚାୟତ ନିର୍ବାଚନରେ 9ନଂ ୱାର୍ଡସଭ୍ୟା ପାଇଁ ମାଳ ସୋରେନଙ୍କୁ ଦଳ ସ୍ଥିର କରିଥିଲା । ମାତ୍ର ନୋମିନେସନର ଗୋଟିଏ ଦିନ ପୂର୍ବରୁ ମାଳଙ୍କ ପତ୍ତା ମିଳି ନଥିଲା । ଏନେଇ ଅପହରଣ ଅଭିଯୋଗ ଆସିଥିବା ଯୁବକ ଅଜିତ ରାଉତ, ଟୁକୁନ ରାଉତ ଓ ବିଦ୍ୟାଧର ବେହେରା ମାଳଙ୍କୁ ଖୋଜିବା ପାଇଁ ତାଙ୍କ ସାହିରେ ପହଞ୍ଚିଥିଲେ ।

ଆହୁରି ପଢନ୍ତୁ...ବିଧବା ମହିଳାଙ୍କୁ ଅପହରଣ ଅଭିଯୋଗ

ମହିଳାଙ୍କୁ ସାଙ୍ଗରେ ଧରି ମାଳଙ୍କ ସମ୍ପର୍କୀୟ ଘର କୁରୁଣ୍ଟା ଅଞ୍ଚଳକୁ ଖୋଜିବାକୁ ଯାଇ ପୁଣି ସୁମତିଙ୍କୁ ଘରେ ଛାଡିଥିଲେ। ମାତ୍ର ସୁମତି ଘରେ ପହଁଚିବା ପରେ ତାଙ୍କୁ ଅନ୍ୟ 6 ଜଣ ଯୁବକ ଶ୍ରୀକାନ୍ତ ରାଉତ, ରମାକାନ୍ତ ମହାନ୍ତି, ଅଜିତ ମହାନ୍ତି, ପପୁ ମହାନ୍ତି, ବାଣ୍ଠୁ ସେଠୀ ଓ ଲକ୍ଷ୍ମୀକାନ୍ତ ରାଉତ ତାଙ୍କୁ ଜାଣିଶୁଣି ଅଜ୍ଞାତବାସରେ ରଖିଥିବା ଅଭିଯୋଗ ହୋଇଛି। ଏହି 6 ଜଣ ଯୁବକଙ୍କ ନାମରେ ଖଇରା ଥାନାରେ ଏତଲା ଦିଆଯାଇଛି । ତେବେ ନିର୍ବାଚନ ପୂର୍ବରୁ ଏମିତି ଅଭିଯୋଗ ଆସିବା ପରେ ଖଇରା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ

ABOUT THE AUTHOR

...view details