ଓଡିଶା

odisha

ETV Bharat / city

ମାତିଲେ ଲୁଟେରା: ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ବାଇକ

ବାଲେଶ୍ବରରେ ଦିନ ଦ୍ଵିପ୍ରହରରେ କଲେକ୍ସନ ଏଜେଣ୍ଟଙ୍କ ପାଖରୁ ଲୁଟିନେଲେ ବାଇକ୍। ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ବାଇକ ହେଲେ ନେଇ ପାରିଲେନି ଟଙ୍କା। ଅଧିକ ପଢନ୍ତୁ...

By

Published : Dec 10, 2019, 3:26 PM IST

ମାତିଲେ ଲୁଟେରା: ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ବାଇକ
ମାତିଲେ ଲୁଟେରା: ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ବାଇକ

ବାଲେଶ୍ବର: ଜିଲ୍ଲାରେ ପୁଣି ମାତିଲେ ଲୁଟେରା । ଦିନ ଦ୍ଵିପ୍ରହରରେ କଲେକ୍ସନ ଏଜେଣ୍ଟଙ୍କ ପାଖରୁ ଲୁଟିନେଲେ ବାଇକ୍। ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ବାଇକ ହେଲେ ନେଇ ପାରିଲେନି ଟଙ୍କା।

ମାତିଲେ ଲୁଟେରା: ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ବାଇକ

ଘଟଣାରୁ ପ୍ରକାଶ, ଚାନ୍ଦିପୁର ଥାନା ଝଗଡ଼ପାଡ଼ି ଅଞ୍ଚଳର ବିଦ୍ୟାଧର ସାମଲ ଫାଇନାନ୍ସର କଲେକ୍ସନ ଏଜେଣ୍ଟ ଭାବେ କାମ କରନ୍ତି। ସେ ଟଙ୍କା କଲେକ୍ସନ କରି ଫେରୁଥିବାବେଳେ ମଙ୍ଗଳବାର ଦିନ ପ୍ରାୟ12.15 ମିନିଟ୍‌ରେ ସଦର ଥାନା ଅନ୍ତର୍ଗତ ବାଲିପାଳରୁ କେଶରପୁର ରାସ୍ତାର କେଶର ପୁର ଛକ ନିକଟରୁ 3 ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ମରଣାନ୍ତକ ଆକ୍ରମଣ କରି ତାଙ୍କ ବାଇକ୍ ଲୁଟି ନେଇଛନ୍ତି | ଏହି ଆକ୍ରମଣରେ ବିଦ୍ୟାଧରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details