ଓଡିଶା

odisha

ETV Bharat / city

କନିଷ୍ଠ ଶିକ୍ଷକଙ୍କ କୋହ, ବଢୁନି ଦରମା ବାଧୁଛି ଦରଦାମ - junior teacher demand

ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବାଲେଶ୍ବରର କନିଷ୍ଠ ଶିକ୍ଷକ । ବାରମ୍ବାର ଦାବି ପରେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

କନିଷ୍ଠ ଶିକ୍ଷକଙ୍କ କୋହ: ବଢୁନି ଦରମା, ବାଧୁଛି ଦରଦାମ
କନିଷ୍ଠ ଶିକ୍ଷକଙ୍କ କୋହ: ବଢୁନି ଦରମା, ବାଧୁଛି ଦରଦାମ

By

Published : Nov 1, 2021, 7:13 PM IST

ବାଲେଶ୍ବର: ଦରମା ବୃଦ୍ଧି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦବିପତ୍ର ଦେଲା କନିଷ୍ଠ ଶିକ୍ଷକ ସଂଘ । ଆଜି ସଦର ବ୍ଲକ ଅଧୀନ ବିଭିନ୍ନ ସ୍କୁଲରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନେ ଦରମା ବୃଦ୍ଧି ଦାବିନେଇ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପଠାଇଛନ୍ତି । ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ ସେମାନଙ୍କ ନାର୍ଯ୍ଯ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବିପତ୍ରରେ ଅନୁରୋଧ କରିଛି କନିଷ୍ଠ ଶିକ୍ଷକ ସଂଘ ।

କନିଷ୍ଠ ଶିକ୍ଷକମାନଙ୍କ ଦାବି ଅନୁସାରେ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବର୍ଗର ଶିକ୍ଷକମାନେ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକମାନେ ଏଥିରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି । ଜଣେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ମଧ୍ୟ କମ ଦରମାରେ ସେମାନେ ଶିକ୍ଷଦାନ କରୁଥିବା ବେଳେ ଗତ ଏକ ବର୍ଷ ହେଲା ଦରମା ବୃଦ୍ଧି ନେଇ ଦାବି କରି ଆସୁଛନ୍ତି । ମାତ୍ର ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ ହୋଇଛି । ବଜାର ଦରଦାମ ବୃଦ୍ଧି ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିବାବେଳେ ସ୍ବଳ୍ପ ଦରମାରେ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡୁଛି ବୋଲି କହିଛନ୍ତି କନିଷ୍ଠ ଶିକ୍ଷକ ।

ଏହାସହ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ଓଡିଶା ବର୍ଗ-ଗ (ଚୁକ୍ତିନାମା ନିୟମ ୨୦୧୩)ର ସଂଶୋଧନ କରାଯାଇ ବିଭିନ୍ନ ସ୍ତରରେ କର୍ମଚାରୀଙ୍କ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଥିବା ବେଳେ କନିଷ୍ଠ ଶିକ୍ଷକମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ଓଡିଶା ବର୍ଗ-ଗ ଚୁକ୍ତିନାମା ନିୟମ ୨୦୧୩ ଅଧୀନସ୍ଥ କର୍ମଚାରୀଙ୍କ ପାଇଁ ଗତ ୧୧-୧୦-୨୦୨୧ ତାରିଖରେ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଓଡିଶାର ସମସ୍ତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ସହ ଚୁକ୍ତିନାମା ନିୟମ ୨୦୧୩ରେ ସାମିଲ କରାଯିବା ଓ ସର୍ବନିମ୍ନ ଦରମା ୧୬ ହଜାରକୁ ବୃଦ୍ଧି କରିବା ସହ ଏହାକୁ ଗତ ୨୦୧୭ରୁ ପଛିଲା ଭାବେ ଲାଗୁ କରିବା ପାଇଁ ଦାବି କରିଛି କନିଷ୍ଠ ଶିକ୍ଷକ ସଂଘ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details